ହଜିଯାଇଛି କି ଆପଣଙ୍କ ପାନ୍ କାର୍ଡ? ମାତ୍ର ୧୦ ମିନିଟରେ ଡାଉନଲୋର୍ଡ କରନ୍ତୁ ଇ-ପାନ୍

581

କନକ ବ୍ୟୁରୋ: ପାନ କାର୍ଡ, ବର୍ତ୍ତମାନ ସମୟରେ ଆମର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । କୌଣସି ଫାଇନାନସିଆଲ ଟ୍ରାଞ୍ଜାକ୍ସନ ହେଉ କିମ୍ବା ବ୍ୟାଙ୍କରେ ଖାତା ଖୋଲିବା ପାନ କାର୍ଡର ଆବଶ୍ୟକତା ନିଶ୍ଚୟ ପଡିଥାଏ । ଏଭଳି ସ୍ଥିତିରେ ପାନକାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ ଭାବେ ଆମର ଆବ୍ୟଶତକା ପୂରଣ କରିଥାଏ । ଯଦି ଆପଣଙ୍କ ପାନକାର୍ଡ ହଜି ଯାଏ କିମ୍ବା ଭାଙ୍ଗି ଯାଏ ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ପୁଣି ପାନକାର୍ଡ ପାଇବା ପାଇଁ ଆପଣଙ୍କୁ ଆଉ ଏ ଅଫିସରୁ ସେ ଅଫିସ ଚକ୍କର କାଟିବାକୁ ପଡିବ ନାହିଁ । ଆପଣ ଘରେ ବସି ଇ-ପାନକାର୍ଡ ଆବେଦନ କରିପାରିବେ ।

ଯଦି ଆପଣଙ୍କ ପାନକାର୍ଡ ହଜି ଯାଇଛି ତେବେ ପ୍ରଥମେ ଆପଣ ନିକଟସ୍ଥ ଥାନାରେ ଏନେଇ ଏତଲା ଦିଅନ୍ତୁ । ପାନ ଏକ ଜରୁରୀ ଡକ୍ୟୁମେଣ୍ଟ । ତେଣୁ କେହି ଏହାର ଅପବ୍ୟବହାର ଯେମିତି ନକରନ୍ତୁ ସେଥିପାଇଁ ଆପଣ ଆଗ ଥାନାରେ ଅଭିଯୋଗ କରନ୍ତୁ । ଏହାପରେ ଆପଣ ପାନକାର୍ଡ ପାଇଁ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ କିଛି ଷ୍ଟେପ ଫଲୋ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଏହାର ପୂରା ପ୍ରକ୍ରିୟା ।

ନୂଆ ପାନ କାର୍ଡ ପାଇଁ ଆପଣଙ୍କୁ ପ୍ରଥମେ ଏନଏସଡିଏଲର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ।
ଏହାପରେ ଆପଣଙ୍କୁ ଚେଞ୍ଜ/କରେକ୍ସନ ଇନ ଏକ୍ସଜିଷ୍ଟଙ୍ଗ ପାନ୍ ଡାଟାକୁ ଚୟନ କରିବାକୁ ହେବ ।
ଏହାପରେ ଆପଣଙ୍କ ସ୍କ୍ରିନରେ ଗୋଟିଏ ପେଜ ଖୋଲିବ ଯେଉଁଥିରେ ଆପଣ ନିଜର ନାଁ, ଜନ୍ମ ତାରିଖ, ମୋବାଇଲ ନମ୍ବର ଦେବେ ।
ପରେ ଏକ ଟୋକନ ନମ୍ବର ଜେନେରେଟ ହେବ ଯାହା ଆପଣଙ୍କ ଇମେଲରେ ଯିବ ।
ଏହାପରେ ପର୍ସନାଲ ଡିଟେଲ୍ସ ଆସିବ ଯେଉଁଥିରେ କ୍ଲିକ କରି ଆପଣ ଫିଜିକାଲ ବା ଇ-କେୱାଇସ ମାଧ୍ୟମରେ ତଥ୍ୟ ଦେଇପାରିବେ ।
ଆପଣଙ୍କ ଡିଟେଲ୍ସ ଭେରିଫାଇ କରିବା ପାଇଁ ଭୋଟର ଆଇକାର୍ଡ, ପାସପୋର୍ଟ, ୧୦ମ ସାର୍ଟିଫିକେଟର କପିକୁ ଆପଣ ଏନଏସଡିଏଲ ଅଫିସ ପଠାଇବାକୁ ହେବ ।
ସେହିପରି ଇ-କେୱାଇସି ପାଇଁ ଆସିଥିବା ଓଟିପିକୁ ୱେବସାଇଟରେ ଦେବାକୁ ହେବ ।
ଏହାପରେ ଇ-ପାନ, ଫିଜିକାଲ-ପାନ ଭିତରେ ଯାହା ଆବଶ୍ୟକ ତାକୁ ଚୟନ କରିବେ ।
ପରେ ଆପଣଙ୍କ ଠିକଣା ଦେଇ ପେମେଣ୍ଟ କରିବେ ।
ଭାରତରେ ରହୁଥିବା ଲୋକଙ୍କୁ ୫୦ ଟଙ୍କା ଓ ବିଦେଶରେ ରହୁଥିବା ଲୋକଙ୍କୁ ୯୫୯ ଟଙ୍କା ଦେବାକୁ ହେବ ।
ଏହାପରେ ୧୫ରୁ ୨୦ ଦିନ ଭିତରେ ଆପଣଙ୍କୁ ଫିଜିକାଲ ପାନକାର୍ଡ ମିଳିଯିବ ।
ସେହିପରି ମାତ୍ର ୧୦ ମିନିଟରେ ଆପଣ ଇ-ପାନକାର୍ଡ ଅନଲାଇନରେ ପାଇପାରିବେ ।

ଏହିପରି ଭାବେ ଆପଣ ଘରେ ବସି ଆପଣଙ୍କ ପାନକାର୍ଡ ପାଇପାରିବେ । ଆଧାରକାର୍ଡ ପରି ପାନକାର୍ଡ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ତେଣୁ ଏହାକୁ ଦାୟିତ୍ୱରେ ରଖିବା ଆବଶ୍ୟକ ।