ଆନ୍ଧ୍ରରେ ହଜିଲା ଗାଡି ଓଡ଼ିଶାରେ ମିଳିଲା । ଗାଡି ପାଇବା ପରେ ଓଡିଶା ପୋଲିସକୁ ଧନ୍ୟବାଦ ଜଣାଇଲେ ମାଲିକ ।

ଆନ୍ଧ୍ରରେ ହଜିଲା ଗାଡି ଓଡ଼ିଶାରେ ମିଳିଲା । ଗାଡି ପାଇବା ପରେ ଓଡିଶା ପୋଲିସକୁ ଧନ୍ୟବାଦ ଜଣାଇଲେ ମାଲିକ ।

କନକ ବ୍ୟୁରୋ: ଆନ୍ଧ୍ରରେ ହଜିଲା, ଓଡ଼ିଶାରେ ମିଳିଲା । ଆନ୍ଧ୍ରପ୍ରଦେଶରୁ ଚୋରି ହୋଇଥିବା ବୁଲେଟ୍ ଭୁବନେଶ୍ୱରରୁ ମିଳିଛି । ଆଉ ଆନ୍ଧ୍ରପ୍ରଦେଶରୁ ଆସି ବୁଲେଟ୍ ନେଇଛନ୍ତି ଗାଡ଼ି ମାଲିକ । ବୁଲେଟ୍ ପାଇ ଖୁସି ହେବା ସହ ଓଡ଼ିଶା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଗାଡ଼ି ମାଲିକ । ତେବେ ଚୋରଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଓ ମୋଟର ସାଇକେଲ ଉପଯୁକ୍ତ ଲୋକଙ୍କୁ ଫେରାଇଛି କମିଶନରେଟ୍ ପୋଲିସ । ପାଖାପାଖି ୮୦ଟି ମୋବାଇଲ, ୨୭ଟି ଚୋରି ବାଇକ ମାଲିକଙ୍କୁ ଫେରାଇଛି ପୋଲିସ । ଚଳିତ ବର୍ଷ ପାଖାପାଖି ୮୦୦ ମୋବାଇଲ ସହ ୧୬୭ଟି ଚୋରି ବାଇକ୍ ମାଲିକଙ୍କୁ ଫେରାଇଲାଣି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe