ଗତବର୍ଷ ଏମିତି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଲୋକଙ୍କ ମୋବାଇଲ୍ ୱଲେଟ୍ ଅର୍ଥାତ୍ ପେଟିଏମ୍ ,ଫୋନ୍ ପେ ଏବଂ ଅନ୍ୟ ପିପିଆଇରୁ ଅଚାନକ ଟଙ୍କା ଗାୟବ ହୋଇଯାଉଥିଲା । ଏହି ଘଟଣାକୁ ଦେଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏଥିରେ ନୂଆ ନିୟମ ବାହାର କରିଛି । ଏହି ନିୟମ ୟୁଜର୍ସଭ୍କୁ ଧୋକାବାଜୀରୁ ରକ୍ଷା କରିବାରେ ସାହାର୍ଯ୍ୟ କରିବ । ଆରବିଆଇ ତରଫରୁ କୁହାଯାଇଛି ଯେ ମୋବାଇଲ୍ ୱଲେଟ୍ ୟୁଜର୍ସଙ୍କୁ ଠିକ୍ ଏହିଭଳି ହିଁ ସୁବିଧା ଦେବେ ଯାହା ଏବେ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ୟୁଜର୍ସଙ୍କୁ ଦିଆଯାଇଛି । ତେବେ ଆସନ୍ତୁ ଏହାର କିଛି ନୂଆ ନିୟମ ଉପରେ ନଜର ପକାଇବା ।
୧ . ସବୁ ମୋବାଇଲ୍ ୱଲେଟ୍ ପ୍ଲେୟର୍ସଙ୍କୁ ଏବେ କନେକ୍ଟ ନମ୍ବର ଦେବାକୁ ପଡିବ ଯେଉଁଥିରେ ଧୋକା ଭଳି ମାମଲାରୁ ଆପଣ ବଞ୍ଚିପାରିବେ । ଏହା ସବୁ ଟ୍ରାନଜାକ୍ସନ୍ ଏସଏମଏସ୍ ପାଇଁ ଲାଗୁ ହେବ । ଏହାର ଅର୍ଥ ଆପଣଙ୍କୁ ଯଦି କୌଣସି ମାମଲା ପ୍ରତି ରିପୋର୍ଟ କରିବାର ଅଛି ତେବେ ଆପଣଙ୍କ ପାଖରେ ଇମେଲ୍ ଆଇଡି ତଥା ମୋବାଇଲ୍ ନମ୍ବର ହେବା ଦରକାର ।
୨ . ମୋବାଇଲ୍ ୱଲେଟ୍ କମ୍ପାନୀ ଭଳି ପେଟିଏମ୍ ,ଫୋନ୍ ପେ, ଆମାଜନ୍ ପେ ଏବଂ ଅନ୍ୟାନ୍ୟକୁ ଏଥିପାଇଁ ଧ୍ୟାନ ଦେବାକୁ ପଡିବ ଯେ ୟୁଜର୍ସ ଏସଏମଏସ୍ ଆଲର୍ଟ,ଇମେଲ୍ ଏବଂ ନୋଟିଫିକେସନ୍ ପାଇଁ ରେଜିଷ୍ଟର୍ କରନ୍ତୁ ।
୩ . କାହା ସହ ଧୋକା ନ ହେବା ପାଇଁ କମ୍ପାନୀ ୨୪/୭ କଷ୍ଟମର୍ କେୟାରର ସୁବିଧା ମଧ୍ୟ କରିଛି ।
୪ . ଯଦି କୌଣସି ୟୁଜର୍ସଙ୍କ ସହ ଜାଲିଆତି ହେଉଛି ଏବଂ ଏଥିପାଇଁ ମୋବାଇଲ୍ ୱଲେଟ୍ ପ୍ରୋଭାଇଡର୍ ଦାୟୀ ରହୁଛନ୍ତି ତେବେ ୟୁଜର୍ସଙ୍କ ପୁରା ଟଙ୍କା ୩ ଦିନ ଭିତରେ ରିଫଣ୍ଡ କରିଦିଆଯିବ ।
୫ .ଏହି ମାମଲାରେ ୟୁଜର କୌଣସି ଅଭିଯୋଗ ନକଲେ ମଧ୍ୟ ପ୍ରୋଭାଇଡରଙ୍କୁ ଟଙ୍କା ଦେବାକୁ ପଡିବ ।
୬ . ଅନ୍ୟପକ୍ଷରେ ଯଦି କୌଣସି ୟୁଜର ୪ ରୁ ୭ ଦିନ ଭିତରେ ଅଭିଯୋଗ କରୁଛନ୍ତି ଏବଂ ରାଶି ଯଦି ୧୦,୦୦୦ ଟଙ୍କାରୁ ତଳକୁ ରହିଛି ତେବେ ମଧ୍ୟ କମ୍ପାନୀକୁ ଏଥିପାଇଁ ରିଫଣ୍ଡ ଦେବାକୁ ପଡିବ ।
୭ . ସବୁ ରିଫଣ୍ଡ କେସ୍ କୁ ୧୦ ଦିନ ଭିତରେ ରଫାଦଫା କରିବାକୁ କମ୍ପାନୀ ବାଧ୍ୟ । ଯଦି କମ୍ପାନୀ ସହିତ କୌଣସି ବାଦବିବାଦ ରହିଛି ତେବେ ୯୦ ଦିନ ଭିତରେ ସମସ୍ୟାର ସମାଧାନ କରିବାକୁ ମିଳିବ ସୁଯୋଗ ।
୮ . ଯଦି ୯୦ ଦିନ ଭିତରେ ୟୁଜରଙ୍କ ଅଭିଯୋଗ ସୁଧାରି ନଗଲା ତେବେ କମ୍ପାନୀକୁ ପୁରା ରିଫଣ୍ଡ ଦେବାକୁ ପଡିବ ।
୯ . ୨୦୧୯ ଫେବୃୟାରୀ ମାସରୁ KYC ଭେରିଫିକେସନ୍ ଆପକୁ ଆଉ ବ୍ୟବହାର କରାଯାଇପାରିବ ନାହିଁ ।
Follow Us
/kanak/media/post_attachments/wp-content/uploads/2019/01/0fd522534c122c189e1f0c60b41b84fe.png_thump-300x150.png)
/kanak/media/post_attachments/wp-content/uploads/2019/01/mobilewalletsbig9jan2019-300x130.jpg)