ପୋକ ଖାଇଗଲା ଧାନଫସଲ: ଚାଷୀ ପାଇଁ କାଳ ପାଲଟିଛି କାଳମୁଣ୍ଡି ପୋକ; ପାଚିଲା ଧାନ କେଣ୍ଡା ସବୁ କାଟି ସଫା କରିଦେଉଛନ୍ତି ପୋକ

Advertisment
ପୋକ ଖାଇଗଲା ଧାନଫସଲ: ଚାଷୀ ପାଇଁ କାଳ ପାଲଟିଛି କାଳମୁଣ୍ଡି ପୋକ; ପାଚିଲା ଧାନ କେଣ୍ଡା ସବୁ କାଟି ସଫା କରିଦେଉଛନ୍ତି ପୋକ

କନକ ବ୍ୟୁରୋ: ଚାଷୀ ପାଇଁ କାଳ ପାଲଟିଛି କାଳମୁଣ୍ଡି ପୋକ । ପାଚିଲା ଧାନ ଫସଲରେ ପୋକ ଲାଗିବାରୁ ନଷ୍ଟ ହୋଇଗଲାଣି ଶହଶହ ହେକ୍ଟର ଜମିର ଅମଳକ୍ଷମ ଧାନ ଫସଲ । ଧାନ କେଣ୍ଡା ସବୁ କାଟି ସଫା କରିଦେଉଛନ୍ତି ଏହି କାଳମୁଣ୍ଡି । ଧାନ ଗଛ ସବୁ ଖେଂଟା ହୋଇଯାଉଥିବା ବେଳେ ଧାନ କେଣ୍ଡା ତଳେ ପଡି ନଷ୍ଟ ହୋଇଯାଉଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ପେଟଛେଲା ପଂଚାୟତର କୋଚିଳା , କେନ୍ତିଆ , ଗୁପ୍ତଗିରୀ ବଉଳକଣି ପଂଚାୟତର ତୋସିଆବେଲାରୀ , ପନ୍ଦରମାଇଲ ଆଦି ଗାଁର ବାରହାଖିଆ , କେନ୍ତିଆଗୋଜ ଓ ଗୁପ୍ତଗିରି ପାଟର ଶହ ଶହ ହେକ୍ଟର ଧାନ ଜମିରେ ଦେଖିବାକୁ ମିଳିଛି ଏହି କାଳମୁଣ୍ଡି ପୋକର ଆତଙ୍କ ।

ରାତି ହେଲେ ଏହି ପୋକ ମାଟି ଭିତରୁ ବାହାରକୁ ବାହାରି ଧାନ ଗଛ ଉପରକୁ ଯାଇ ପାଚିଲା ଧାନ କେଣ୍ଡା ସବୁ କାଟି ଦେଉଛନ୍ତି । ଅମଳ ଅପେକ୍ଷାରେ ଥିବା ଧାନ ଫସଲ ଉଜୁଡିଯାଉଥିବା ଦେଖି ଚାଷୀ ଏବେ ଚିନ୍ତାରେ ପଡିଯାଇଛି । ଧାର କରଜ କରିବା ସହିତ ସମବାୟ ସମିତି ଏବଂ ବ୍ୟାଙ୍କରୁ ରୁଣ ଆଣି ଚାଷ କରିଥିବା ଧାନ ଫସଲ ଏପରି ଅମଳ ସମୟରେ ନଷ୍ଟ ହୋଇଯାଉଥବା ଦେଖି ଋଣ କିପରି ସୁଝିବ ଏବଂ ପରିବାର କିପରି ଚଳାଇବ ସେହି ଚିନ୍ତା ଏବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଘାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe