କରୋନାର ନୂଆ ଲକ୍ଷଣ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା: କରୋନା ପଜିଟିଭ ଥିଲେ ହଠାତ୍ କମିଯିବ ଗନ୍ଧ ବାରିବା ଓ ସ୍ୱାଦ ଜାଣିବାର କ୍ଷମତା

ଏପରି ଲକ୍ଷଣ ଦେଖାଦେଲେ ଟେଷ୍ଟ କରିବାକୁ ପରାମର୍ଶ

3,973

କନକ ବ୍ୟୁରୋ: ଭାରତରେ କରୋନା ଭୁତାଣୁରେ ଆକ୍ରନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ଯେଉଁଭଳି ଭାବରେ ଆକ୍ରନ୍ତ ସଂଖ୍ୟା ବଢି ଚାଲିଛି ସେହିଭଳି ଭାବେ ଏହି ରୋଗକୁ ନେଇ ନୂଆ ନୂଆ ଲକ୍ଷଣ ଯୋଡ଼ି ହେଉଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରୋନାକୁ ନେଇ ଆଉ ଦୁଇଟି ଲକ୍ଷଣ ଯୋଡ଼ାଯାଇଛି । ହଠାତ୍ ଗନ୍ଧ ବାରିବାର କ୍ଷମତା ଏବଂ ସ୍ୱାଦ ଜାଣିବାର କ୍ଷମତା କମି ଯିବା କରୋନାର ଲକ୍ଷଣ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଯଦି ଏଭଳି ଲକ୍ଷଣ ଦେଖାଦିଏ ତେବେ କରୋନା ଟେଷ୍ଟ କରିବାର ଆବଶ୍ୟକତା ରହିଛି । ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩ଲକ୍ଷ ପାର କଲାଣି । ଏହାରି ଭିତରେ କରୋନାର ଆଉ ଦୁଇଟି ନୂଆ ଲକ୍ଷଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏପରିକି ଭାରତରେ ଅନେକ କରୋନା ରୋଗୀ ଅଛନ୍ତି ଯେଉଁମାନଙ୍କ କରୋନା ଲକ୍ଷଣ ନଥାଇ ମଧ୍ୟ ସେମାନଙ୍କ ଠାରେ କରୋନା ପଜିଟିଭ ବାହାରୁଛି ।