କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା । ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ । ଦେବୀ ସୁଭଦ୍ରା ଦୁଇ ଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ । ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ରଙ୍କ ଦ୍ୱାରା ରାକ୍ଷୀ ପ୍ରସ୍ତୁତ କରାଯାଇଛି । ଦୁଇ ଭାଇଙ୍କ ଭୁଜ ପାଇଁ ବାସୁଙ୍ଗା ପାଟରେ ରାକ୍ଷୀ ପ୍ରସ୍ତୁତ ହୋଇଛି । ଏଥିସହ ୪ ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଛି । ଆଜି ଏସବୁକୁ ଶ୍ରୀମନ୍ଦିର ନିଆଯିବ ।

Advertisment

ପାଟରା ବିଶୋଇ ସେବକମାନେ ଶ୍ରୀମନ୍ଦିର ଗାରଦରେ ଏହାକୁ ଦାଖଳ କରିବା ପରେ ମହାପ୍ରଭୁଙ୍କ ନିର୍ଘଣ୍ଟ ନୀତି ଅନଯାୟୀ ଲାଗି କରାଯିବ । ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ ଓ ନାଲି ରଙ୍ଗର ଦୁଇଟି ଏବଂ ବଳଭଦ୍ରଙ୍କ ପାଇଁ ସବୁଜ ଓ ବାଇଗଣି ରଙ୍ଗର ଦୁଇଟି ରାକ୍ଷୀ ପ୍ରସ୍ତୁତ ହୋଇଛି । ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ଓ ଗହ୍ମାପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହେଇଛି । ସ୍ୱତନ୍ତ୍ର ନୀତିକାନ୍ତି ସହ ମଧ୍ୟାହ୍ନ ଧୂପରେ ଦେବୀ ସୁଭଦ୍ରା ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ।

ପାଟରା ବିଶୋଇ ସେବକମାନେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବାସୁଙ୍ଗା ପାଟରେ ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ ଓ ନାଲି ରଙ୍ଗରେ ଦୁଇଟି ଏବଂ ଶ୍ରୀବଳଭଦ୍ରଙ୍କ ପାଇଁ ସବୁଜ ଓ ବାଇଗଣି ରଙ୍ଗରେ ଦୁଇଟି, ଏପରି ୪ଟି ରାଖି ପ୍ରସ୍ତୁତ କରିଛନ୍ତି । ସେହିଭଳି ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ ଓ ନାଲି ରଙ୍ଗର ଦୁଇଟି ଏବଂ ଶ୍ରୀବଳଭଦ୍ରଙ୍କ ପାଇଁ ସବୁଜ ଓ ବାଇଗଣି ରଙ୍ଗର ଦୁଇଟି, ଏଭଳି ଚାରିଟି ଗୁଆମାଳ ବି ପ୍ରସ୍ତୁତ ହୋଇଛି ।