ଉତ୍ସାହ ଓ ଖୁସି ସହ ବିଭୋର ରାମଭକ୍ତ । ଶ୍ରୀରାମ ପତାକାରେ ଝଲସିଲା ମନ୍ଦିର, ମଠ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଲା ଆମେରିକାଠୁ ବିଟ୍ରେନ

126

କନକ ବ୍ୟୁରୋ : ରାମନାମରେ ପ୍ରକମ୍ପିତ ହୋଇଛି ସାରା ଦେଶ । ପ୍ରାଣପ୍ରତିଷ୍ଠା ପାଇଁ କେବଳ ଉତରପ୍ରଦେଶର ଅଯୋଧ୍ୟା ସହର ଉତ୍ସବ ମୁଖର ହୋଇ ଉଠିନି ବଂର ପୂରା ଦେଶରେ ଦେଖିବାକୁ ମିଳିଛି ସେହି ସମାନ ଉତ୍ସାହ ଓ ଖୁସି ।ରାମଙ୍କ ଭକ୍ତିରେ ବିଭୋର ହୋଇଛନ୍ତି ରାମଭକ୍ତ । ବିଭିନ୍ନ ସହରରେ ଥିବା ରାମ ଓ ହନୁମାନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ପାଠ କରାଯିବା ସହ ବେଶ ଆକର୍ଷଣୀୟ ସାଜସଜା କରାଯାଇଛି । ଘର, ମନ୍ଦିର, ମଠରେ ରାମଭକ୍ତ ଲଗାଇଛନ୍ତି ଶ୍ରୀରାମଙ୍କ ପତାକା । ସ୍ଥାନେ ସ୍ଥାନେ ରାଲି କରାଯାଇଛି । ଦୀପ ଓ ଆଲୋକମାଳାରେ ଝଲସି ଉଠିଛି ଘରଦ୍ୱାର, ମନ୍ଦିର ପରିସର ।

କେବଳ ଦେଶରେ ନୁହେଁ ବିଦେଶରେ ଥିବା ପ୍ରବାସୀ ଭାରତୀୟ ଓ କିଛି ବିଦେଶୀ ଭକ୍ତ ମଧ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବକୁ ବେଶ ଖୁସିର ସହ ପାଳିଛନ୍ତି । କେଉଁଠି କାର ରାଲି କରାଯାଇଛି ତ ପୁଣି କେଉଁଠି ଶୋଭାଯାତ୍ରା ବାହାର କରିଛନ୍ତି ରାମଭକ୍ତ । ଇଷ୍ଟୋନିଆରେ ଥିବା ଭାରତୀୟ ପ୍ରବଳ ତୁଷାରପାତ ଭିତରେ ଜୟ ଶ୍ରୀରାମ ନାରା ଦେବା ସହ ସେପଟେ ବାଙ୍ଗଲାଦେଶରେ ଥିବା ହିନ୍ଦୁ ମଧ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବକୁ ପାଳିଛନ୍ତି । ନ୍ୟୁଜିଲ୍ୟାଣ୍ଡ, ଜର୍ମାନୀ ସରକାର ମଧ୍ୟ ଭିଡିଓ ଜାରି କରି ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ।

ଆମେରିକା ରହୁଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଛି । ବିଶାଳ ରାମଙ୍କ ନାମର ପତାକା ହାତରେ ଧରି ଟାଇମ୍ସ ସ୍କ୍ୱାୟାରରେ ଭିଡ ଜମାଇଛନ୍ତି ରାମଭକ୍ତ । କିଛି ସ୍ଥାନରେ ପ୍ରାଣପ୍ରତିଷ୍ଠା ଉତ୍ସବର ସିଧାପ୍ରସାରଣ କରାଯାଇଥିଲା ନ୍ୟୁୟର୍କ ଟାଇମ୍ସ ସ୍କ୍ୱାୟରରେ ପ୍ରଭୁ ରାମ ଓ ଅଯୋଧ୍ୟା ରାମନ୍ଦିରର ଝଲକ ମଧ୍ୟ ଦେଖିବାକୁ ମିଳିଛି । ଏଥିସହ ରାମଭକ୍ତମାନେ ଲଡୁ ବାଟିଂ ନିଜ ଖୁସି ପ୍ରକାଶ କରିବା ସହ ପ୍ରଭୁ ରାମଙ୍କ ପ୍ରତି ଭକ୍ତି ଜଣାଇଛନ୍ତି ।