ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ସାମିଲ ହେଲେ ୪ ହଜାର ସାଧୁସନ୍ଥ ୯୫ ଜଣ କ୍ରୀଡାବିତ୍

198

କନକ ବ୍ୟୁରୋ : ଅଯୋଧ୍ୟା ଭବ୍ୟ ରାମମନ୍ଦିରରେ ଶୋଭା ପାଉଛନ୍ତି ରାମଲାଲା । ବିଧିବିଧାନରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଏହି ଐତିହାସିକ ମୁହୁର୍ତର ମୁଖସାକ୍ଷୀ ହୋଇଛି ପୂରା ଦେଶ । ତେବେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଅନେକ ଜଣାଶୁଣା ବ୍ୟକ୍ତିବିଶେଷ । ମୁକେଶ. ନୀତା. ଆକାଶ ଅମ୍ବାନୀ, ଇସା ଅମ୍ବାନୀ ନିଜ ସ୍ୱାମୀଙ୍କ ସହ ପ୍ରାଣପ୍ରତିଷ୍ଠ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିସହ ଟାଟା ଗ୍ରୁପର ଅନେକ ବରିଷ୍ଠ ଅଧିକାରୀଙ୍କ ସହ ଯୋଗଗୁରୁ ବାବା ରାମଦେବ, ବାଗେଶ୍ୱର ଧାମ ମୁଖ୍ୟ ବାଗେଶ୍ୱର ବାବା କାର୍ଯ୍ୟକ୍ରମରେ ସାମିଲ ହେବା ପରେ ନିଜ ଖୁସି ପ୍ରକାଶ କରିଛନ୍ତି ।

ପ୍ରାଣପ୍ରତିଷ୍ଠାରେ ସାମିଲ ହୋଇଛନ୍ତି ୪ହଜାର ସାଧୁସନ୍ଥ, ୯୦୦ ଶିଳ୍ପପତି, ୯୫ଜଣ କ୍ରୀଡ଼ାବିତ, ୨୫୮ ଆଇଜନୀବୀ ଏବଂ ବିଚାରପତି, ୩୦ଜଣ ବୈଜ୍ଞାନିକ, ୪୪ଜଣ ବରିଷ୍ଠ ଅଧିକାରୀ, ୫୦ ଶିକ୍ଷାବିତ, ୧୬ଜଣ ସାହିତ୍ୟକ, ୧୬୪ ମିଡିଆକର୍ମୀ, ୫ଜଣ ଆର୍କିଟେକଚର, ୪୮ ରାଜନେତା, ୪ଶହ ଶ୍ରମିକ, ୫୦ଜଣ କରସେବକ, ୩୦ ସମେତ ପ୍ରାୟ ୭ହଜାର ୧୪୦ ଅତିଥି । ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦର ଅନେକ ସଦସ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ    । ସେପଟେ ପୌରାଣିକ ଧାରାବାହି ରାମାୟଣର କଳାକାର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜକୁ ଭାଗ୍ୟଶାଳୀ ମନେ କରିଛନ୍ତି ।

ଅଯୋଧ୍ୟାରେ ପହଁଚିଥିବା ଅତିଥିଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ରହଣୀ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଥିଲେ ସ୍ଥାନୀୟ ପ୍ରଶାସନ । ରାଜ୍ୟ ବାହାରର ଅତିତି ଚାର୍ଟାଡ ବିମାନରେ ଅଯୋଧ୍ୟାର ନୂଆ ବିମାନବନ୍ଦରରେ ପହଁଚିଥିଲେ । ବେଶ ଆଡମ୍ବରର ସହ ଆୟୋଜିତ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାତ୍ତଉତ୍ସବକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ସାଉଁଟୁଛି ।