ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ! ସୁରକ୍ଷା ବ୍ୟବସ୍ଥା ହେବ କଡାକଡି

34

କନକ ବ୍ୟୁରୋ : ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ଅଶୋକାଷ୍ଟମୀ ତଥା ରୁକୁଣା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଛି । ପୋଲିସ କମିଶନର ୱାଇ.ବି. ଖୁରାନିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମହାପ୍ରଭୁଙ୍କ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେବ ସେ ବିଷୟରେ ବିଚାର ବିମର୍ଷ କରାଯାଇଥଲା । ଚଳିତବର୍ଷ ଯାତ୍ରାରେ ୧୫ ପ୍ଲାଟୁନ ପୋଲିସ ଏବଂ ସୁରକ୍ଷାକର୍ମି ନିୟୋଜନ ହେବା ସହିତ ୧୦୦ ରୁ ଉର୍ଦ୍ଧ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହେବେ ।

ତେବେ ଲିଙ୍ଗରାଜ ମନ୍ଦିର, ରଥବେଢ଼ା, ବଢ଼େଇବାଙ୍କ ଛକ ଏବଂ ମାଉସୀ ମାଆ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ଗଳିରାସ୍ତାରେ ବ୍ୟାରିକେଡ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି । ଏହି ବୈଠକରେ ତିନି ନିଯୋଗର ମୁଖ୍ୟ ସେବାୟତ, ସଂସୃତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ବିଜୟ ମହାନ୍ତି, ମେୟର, ଏଡିଏମ ଙ୍କ ସହିତ ମନ୍ଦିର ପ୍ରଶାସନର ବରିଷ୍ଠଅଧିକାରୀମାନେ ଯୋଗଦେଇଥିଲେ ।