କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭଗବାନ ଶ୍ରୀକୃଷ୍ଣଙ୍କୁ ଜ୍ୱାଇଁ ବୋଲି ସମ୍ବୋଧନ କରିଛନ୍ତି । ସେ କହିଛନ୍ତି କି ଶ୍ରୀକୃଷ୍ଣଙ୍କୁ ସେମାନେ ଜ୍ୱାଇଁ ଭାବେ ମାନିଥାନ୍ତି । ହିମନ୍ତ ବିଶ୍ୱଶର୍ମା ଶନିବାର ଦିନ ହରିଆଣାର ଅର୍ନ୍ତରାଷ୍ଟ୍ରୀୟ ଗୀତା ମହୋତ୍ସବରେ ଭାଗନେବା ଅବସରରେ ଏଭଳି କହିଛନ୍ତି । ସେ କହିଛନ୍ତି କି ଭଗବାନ ଶ୍ରୀକୃଷ୍ଣ ଯେଉଁ ରୁକ୍ମଣୀଙ୍କୁ ବିବାହ କରିଥିଲେ ସେ ଆସାମର କନ୍ୟା ଥିଲେ । ଏହି କାରଣରୁ ଆସାମବାସୀ ଭଗବାନ ଶ୍ରୀକୃଷ୍ଣଙ୍କୁ ଜ୍ୱାଇଁ ଭାବେ ମାନିଥାନ୍ତି ବୋଲି ସେ କହିଛନ୍ତି ।

Advertisment

ଅର୍ନ୍ତରାଷ୍ଟ୍ରୀୟ ଗୀତା ମହୋତ୍ସବ ୨୦୨୩ ରେ ୧୮ ହଜାର ପିଲାଙ୍କୁ ଗୀତା ପାଠ କରାଯାଇଛି । ଆଜି ଅର୍ଥାତ ଶନିବାର ଦିନ ୧୮ ହଜାର ପିଲା ଏକା ସାଂଗରେ ଅଷ୍ଟାଦଶ ଶ୍ଳୋକ ଗୀତା ପାଠ କରୁଥିବା ବେଳେ ପୁରା ଧର୍ମନଗରୀ ପ୍ରକମ୍ପିତ ହୋଇଉଠିଥିଲା । ଏହି କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସମେତ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ଉପସ୍ଥିତ ଥିଲେ ।