ଜଗନ୍ନାଥ ଜମି ଜାଲିଆତି । ସମ୍ପୃକ୍ତ ଦୁଇ ତତ୍କାଳୀନ ଆରଆଇଙ୍କ ବିରୋଧରେ ମାମଲା ।

82

କନକ ବ୍ୟୁରୋ : ଜଗନ୍ନାଥ ଜମି ଜାଲିଆତି ମାମଲାରେ ବାଲେଶ୍ୱର ଜିଲ୍ଲା ସୋର ତହସିଲଦାର ଅଶୋକ ଦାସ ଏତଲା ଦେଇଛନ୍ତି । ଏତଲାରେ ଉଲ୍ଲେଖ ହୋଇଥିବା ଦୁଇ ବ୍ୟକ୍ତି ହେଉଛନ୍ତି ଚିତରଞ୍ଜନ ପାଣିଗ୍ରାହୀ ଏବଂ ରବି ନାରାୟଣ ଦାସ । ଏମାନେ ଶ୍ରୀମନ୍ଦିର ପ୍ରଶାସନର ବାଲେଶ୍ୱର କାର୍ଯ୍ୟାଳୟର କର୍ମଚାରୀ ବୋଲି ଜଣାପଡିଛି । ନିଶାକର ପାତ୍ର ନାମକ ବ୍ୟକ୍ତି ଚିତରଞ୍ଜନ ପାଣିଗ୍ରାହୀଙ୍କ ସହ ମିଶି ଜଗନ୍ନାଥ ଜମିର ଜାଲ କାଗଜପତ୍ର ତିଆରି କରିଥିବା ଜଣାପଡିଛି । ଅନ୍ୟ ବ୍ୟକ୍ତିଙ୍କ ଜରିଆରେ ଚିତରଞ୍ଜନ ପାଉତି କାଟିବାକୁ ପଇସା ଦେଇଥିଲେ ବୋଲି ଜଣାପଡିଛି ।

ସୋର ପୌରପାଳିକାର ରାଇପୁର, ସିରାପୁର, ବ୍ରହ୍ମପୁର ମୌଜାରେ ଥିବା ଜଗନ୍ନାଥ ଜମି ବିକ୍ରି ପାଇଁ ଶ୍ରୀମନ୍ଦିର ପ୍ରଶାସନର ଲେଟର ପ୍ୟାଡକୁ ଜାଲ କାଗଜ ପତ୍ର କରି ମହାପ୍ରଭୁଙ୍କ ଜମି ହାତେଇବାକୁ ଚଞ୍ଚକତା ହୋଇଥିଲା । ହେଲେ ସୋର ତହସିଲଦାର ଏହାକୁ ସନ୍ଦେହ କରି ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଥିଲେ । ଗତକାଲି ଶ୍ରୀମନ୍ଦିର ପ୍ରଶାସନ ଜମି ହାତେଇବାକୁ ବ୍ୟବହାର ହୋଇଥିବା ଲେଟର ପ୍ୟାଡ ଜାଲ୍ ବୋଲି କହିଥିଲା ।