ବଡଦାଣ୍ଡକୁ ଆସିବା ପାଇଁ ରାତିସାରା ଅନିଦ୍ରା ମହାପ୍ରଭୁ । ପହୁଡ ନପଡିବାରୁ ଶ୍ରୀଜିଉଙ୍କ ମୁଖରେ ଖଣ୍ଡୁଆ ପାଟ ପକାଇ କରାଗଲା ଠିଆ ପହୁଡ଼ ନୀତି

Advertisment
ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି: ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ବଡଠାକୁର; ସ୍ୱର୍ଣ୍ଣ ଆଭୁଷଣରେ ସଜ୍ଜିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି

କନକ ବ୍ୟୁରୋ: ଗତକାଲି ସଂପନ୍ନ ହୋଇଛି ଶ୍ରୀଜିଉଙ୍କ ଠିଆ ପହୁଡ଼ ନୀତି । ଆଜି ରଥଯାତ୍ରା ଥିବାରୁ ଶ୍ରୀମନ୍ଦିରରେ ଗତକାଲି ପହୁଡ଼ ପଡ଼ିନଥିବାବେଳେ ଶ୍ରୀଜିଉଙ୍କ ମୁଖରେ କେବଳ ଖଣ୍ଡୁଆ ପାଟ ପକାଇ ଠିଆ ପହୁଡ଼ କରାଯାଇଛି। ପୁଷ୍ପାଳକ ସେବକମାନେ ଏହି ନୀତି ସଂପାଦନ କରିଛନ୍ତି।

publive-image

ତେବେ ବିଶ୍ୱାସ ରହିଛି, ବିଭିନ୍ନ ବିବାହ, ଯାତ୍ରା ଆଦିରେ ସଂପୃକ୍ତ ବ୍ୟକ୍ତିବିଶେଷ, ପରିବାର ଏହାକୁ ସୁରୁଖୁରରେ ସଂପାଦନ ପାଇଁ ବ୍ୟସ୍ତତା ଭିତରେ ରୁହନ୍ତି। ଏଥିପାଇଁ ରାତିରେ ଠିକ୍ ଭାବେ ନିଦ ହୁଏନାହିଁ। ସମାନ ଭାବେ ଏହା ମାନବଦେହୀ ମହାପ୍ରଭୁଙ୍କଠାରେ ବି ଦେଖିବାକୁ ମିଳିଛି।

publive-image https://www.thehindu.com

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଥିବାରୁ ମହାପ୍ରଭୁଙ୍କୁ ଠିକ୍ରେ ନିଦ ହେଉନି। ଏଥିପାଇଁ ଗତକାଲି ରାତିରେ ମହାପ୍ରଭୁ ଅନିଦ୍ରା ରହିଛନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ଼ ପଡ଼ିନି। ତେବେ ମହାପ୍ରଭୁଙ୍କୁ ନିଦ ଲାଗୁଥିବାରୁ ପୁଷ୍ପାଳକ ସେବକମାନେ ଠିଆ ପହୁଡ଼ ନୀତି ସଂପନ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe