କିଟକାଟ୍ ଚକୋଲେଟରେ ଶ୍ରୀଜଗନ୍ନାଥଙ୍କ ଫଟୋକୁ ନେଇ ବିବାଦ : କ୍ଷମା ମାଗିଲା ନେସଲେ କମ୍ପାନି

515

କନକ ବ୍ୟୁରୋ : କିଟକାଟ୍ ଚକୋଲେଟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋକୁ ନେଇ ବିବାଦ ପରେ କ୍ଷମା ମାଗିଲା ନେସଲେ କମ୍ପାନି । ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ଆଘାତ ଦେଇଥିବାରୁ କମ୍ପାନି କ୍ଷମା ପ୍ରାର୍ଥନା କରିଛି । ଏପରିକି ଜଗନ୍ନାଥଙ୍କ ଫଟୋ ଥିବା କିଟକାଟ ପ୍ୟାକେଟକୁ ଫେରାଇ ନେବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କମ୍ପାନି ସୂଚନା ଦେଇଛି । କମ୍ପାନିର କହିବା କଥା ହେଲା, ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ତଥା କଳା ଓ ସଂସ୍କୃତିକୁ ପ୍ରଚାର, ପ୍ରସାର କରିବା ଉଦ୍ଦେଶ୍ୟରେ କିଟକାଟ ପ୍ୟାକେଟକୁ ଏଭଳି ଡିଜାଇନ କରାଯାଇଥିଲା । ଗତବର୍ଷ ମଧ୍ୟ ପଟ୍ଟଚିତ୍ର ଡିଜାଇନ୍ କରି ଓଡିଶାର ସଂସ୍କୃତିକୁ ପ୍ରଚାର, ପ୍ରସାର କରିଥିଲା ନେସଲେ କମ୍ପାନି ।