ଆଜି କାର୍ତ୍ତିକ ମାସର ଚତୁଦର୍ଶୀ ତିଥି । ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।

Advertisment
ଆଜି କାର୍ତ୍ତିକ ମାସର ଚତୁଦର୍ଶୀ ତିଥି । ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।

କନକ ବ୍ୟୁରୋ: କାର୍ତ୍ତିକ ମାସର ପଞ୍ଚୁକ ୫ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ପାଞ୍ଚଟି ସ୍ବତନ୍ତ୍ର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ମହାପ୍ରଭୁ ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶ ଓ ଦ୍ବିତୀୟ ଦିନରେ ବାଙ୍କଚୂଡ଼ା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଗତକାଲି ପବିତ୍ର କାର୍ତ୍ତିକ ତ୍ରୟୋଦଶୀ ତିଥିରେ ମହାପ୍ରଭୁ ଆଡ଼ିକିଆ ତଥା ତ୍ରିବିକ୍ରମ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ ବାମନ ଅବତାରର ସର୍ବମୟ ସ୍ବରୂପ ଅନୁଯାୟୀ ଏହି ବେଶ କରାଯାଇଥାଏ। ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ହୋଇଥିଲା।

ଗତକାଲି ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଆରମ୍ଭ ହୋଇଥିଲା। ଖୁଣ୍ଟିଆ, ଚାଙ୍ଗଡ଼ା ମେକାପ ଓ ସିଂହାରୀ ସେବକମାନେ ଏହି ବେଶ କରିଥିଲେ। ମସ୍ତକରେ ସୁନା କିରୀଟ ସହ ସୋଲ, କନା, ବେତ, କଇଁଥ ଆଦି ବ୍ୟବହାର କରାଯାଇ ଏହି ବେଶ ପ୍ରସ୍ତୁତ କରାଯାଇଥିଲା। ଅବକାଶଠାରୁ ଭୋଗମଣ୍ଡପ ପର୍ଯ୍ୟନ୍ତ ଏହି ବେଶରେ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିଥିଲେ। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଶୁଭଫଳ ମିଳିଥାଏ ବୋଲି ବିଶ୍ବାସ ରହିଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏହି ସମୟରେ ଶ୍ରୀମନ୍ଦିରରେ ଶରତ ରାହାସ କରାଯାଇଥିଲା। ଏ ନେଇ ସଂଧ୍ୟା ଧୂପ ପରେ ମଦନମୋହନ ଆଜ୍ଞାମାଳ ପାଇ ଜଗମୋହନ ଖଟରେ ବିଜେ ହୋଇଥିଲେ। ସେଠାରେ ଭୋଗ ବନ୍ଦାପନା ପରେ ବାହୁଡ଼ା ବିଜେ ହୋଇଥିଲା।

ଆଜି କାର୍ତିକ ମାସର ଚତୁଦର୍ଶୀ ତିଥି । ପଂଚକର ଚତୁର୍ଥ ଦିନ । ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଏହି ବେଶ ଦେଖିବାକୁ ଶ୍ରୀମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଗହଳି । ସେପଟେ ପଞ୍ଚୁକରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରୁ ବ୍ୟାରିକେଡରେ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe