ଫୁଲୁରୀତେଲ ଲାଗି ପରେ ବି ଛାଡୁନି ମହାପ୍ରଭୁଙ୍କ ଜ୍ୱର: ରାଜବୈଦ୍ୟଙ୍କ ପରାମର୍ଶରେ ଆଜି ଦିଆଯିବ ଦଶମୂଳ ଓଷ

ଦଶମୀରେ ଶ୍ରୀମନ୍ଦିରରେ ହେବ ଚକାବିଜେ ନୀତି

1,769

କନକ ବ୍ୟୁରୋ: ଅଣସର ଘରେ ଚାଲିଛି ଅସୁସ୍ଥ ଶ୍ରୀଜିଉଙ୍କ ଉପଚାର । ରାଜବୈଦ୍ୟଙ୍କ ପରାମର୍ଶରେ ଚାଲିଛି ଉପଚାର । ଫୁଲୁରୀ ତେଲ ଲାଗି ପରେ ଓସୁଅ ଲାଗି ହୋଇଥିଲ।। ଏହା ପରେ ବି ମହାପ୍ରଭୁଙ୍କ ଠାରୁ ଜ୍ୱର ଛାଡୁନି । ଏହାପରେ ରାଜବୈଦ୍ୟଙ୍କ ପରାମର୍ଶ ଅନୁସାରେ ଆଜି ମହାପ୍ରଭୁଙ୍କ ଠାରେ ଲାଗି ହେବ ଦଶମୂଳ ।

ପରମ୍ପରା ଅନୁସାରେ ଏହି ଦଶମୂଳ ରାଜବୈଦ୍ୟଙ୍କ ଘରୁ ଆସିଥାଏ । ମହାପ୍ରଭୁଙ୍କ ଜ୍ୱର ଭଲ କରିବାକୁ ଆଜି ମଧ୍ୟରାତ୍ରିରେ ଦିଆଯିବ ଦଶମୂଳ । ଦଶମୀ ଅବସରରେ ଆଜି ଶ୍ରୀମନ୍ଦିରରେ ହେଉଛି ଚକାବିଜେ ନୀତି ।

Comments are closed.