ଆଜି ଶ୍ରୀମନ୍ଦିରରେ ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ ଚତୂର୍ଦ୍ଧା ମୂର୍ତ୍ତି । ସନ୍ଧ୍ୟାଧୂପ ପରେ ବେଶ ବିଜେ ଓ ବଡ଼ ସିଂହାର ଲାଗି ।

82

କନକ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ ଚତୂର୍ଦ୍ଧା ମୂର୍ତ୍ତି । ସନ୍ଧ୍ୟାଧୂପ ପରେ ବେଶ ବିଜେ ଓ ବଡ଼ ସିଂହାର ଲାଗି କରାଯିବା ସହ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତୀ । ପଦ୍ମଫୁଲରେ ସଜ୍ଜିତ ହେବେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା ସୁଭଦ୍ରା । ବଡ଼ଛତା ମଠ ପକ୍ଷରୁ ପ୍ରଦତ ସାମଗ୍ରୀରେ ଦୟଣାମାଳି ସେବକ ବସନ୍ତ ରଣାଙ୍କ ନେତୃତ୍ୱରେ ବେଶ କାରିଗର ମାନେ ପଦ୍ମବେଶର ପ୍ରସ୍ତୁତ କରିଛନ୍ତି । ଆଜି ସଂଧ୍ୟଧୂପ ପରେ ଶ୍ରୀମନ୍ଦିରକୁ ପ୍ରସ୍ତୁତ ହୋଇଥିବା ଏହି ପଦ୍ମବେଶ ପ୍ରବେଶ କରାଯିବ । ପରେ ବଡ଼ସିଂହାର ନୀତି ସମୟରେ ଶ୍ରୀଜୀଉଙ୍କ ପଦ୍ମବେଶ ଅନୁଷ୍ଠିତ ହେବ ।