କନକ ବ୍ୟୁରୋ: ନବକଳେବର ହେବେ ମହାପ୍ରଭୁ ଜଗନ୍ନାଥ । କିନ୍ତୁ ଏହା ଓଡ଼ିଶାରେ ନୁହେଁ ମଧ୍ୟପ୍ରଦେଶରେ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ବିିଦିସା ଜିଲ୍ଲା ନୋଲାଖି ଗାଁକୁ ମହାପ୍ରଭୁଙ୍କୁ ରଥରେ ପାଛୋଟି ନେଉଛନ୍ତି ଲୋକେ । ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଓ ମହାପ୍ରଭୁଙ୍କ ନବକଳେବର ପାଇଁ ୪୦ରୁୁ ଅଧିକ ଗ୍ରାମବାସୀ ପୁରୀରୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଧରି ନିଜ ଗାଁକୁ ବାହାରିଛନ୍ତି । ୧୨ ଦିନ ହେଲା ସେମାନେ ପୁରୀରୁ ବାହାରିଥିବା ବେଳେ ଏବେ ବୌଦ୍ଧ ଜିଲ୍ଳା ଅତିକ୍ରମ କରିଛନ୍ତି । ଗନ୍ତବ୍ୟସ୍ଥଳରେ ପହଂଚିବା ପରେ ବିଶ୍ୱର ମଙ୍ଗଳ କାମନା କରି ବଡ଼ ଯଜ୍ଞ ଆୟୋଜନ କରାଯିବ ବୋଲି ସେମାନେ କହିଛନ୍ତି ।
ନବକଳେବର ହେବେ ମହାପ୍ରଭୁ ଜଗନ୍ନାଥ । ଭୋପାଳ ବିିଦିସାରେ ମହାପ୍ରଭୁଙ୍କୁ ରଥରେ ପାଛୋଟି ନେଉଛନ୍ତି ଲୋକେ ।
/kanak/media/post_attachments/wp-content/uploads/2023/12/Jay-1.jpg)