ଗୋଟି ପହଣ୍ଡିରେ ଆଡପ ମଣ୍ଡପରେ ବିଜେ କଲେ ଚତୁର୍ଦ୍ଧାମୂରତୀ ।ଆସନ୍ତାକାଲି ଠାରୁ ଭକ୍ତଙ୍କୁ ଦେବେ ଦର୍ଶନ, ମିଳିବ ଆଡପ ଅବଢା

Advertisment
ପ୍ରଶାସନର ନିୟମକୁ ଅବଜ୍ଞା ! ପହଣ୍ଡି ବେଳେ ଜଗନ୍ନାଥଙ୍କୁ ସ୍ପର୍ଶ କଲେ ନୃତ୍ୟ ଶିଳ୍ପୀ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ
କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ଶୁକ୍ରବାର ସନ୍ଧ୍ୟାରେ ଗୋଟି ପହଣ୍ଡି ଶେଷ ହେବା ପରେ ଚତୁର୍ଦ୍ଧାମୂରତି ମାନେ ଜନ୍ମବେଦୀରେ ବିରାଜମାନ କରିଛନ୍ତିି। ତାଳଧ୍ୱଜରୁ ବଳଭଦ୍ର, ଦର୍ପଦଳନରୁ ଦେବୀ ସୁଭଦ୍ରା,ସୁଦର୍ଶନ ଓ ନନ୍ଦିଘୋଷରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ତଳକୁ ଅଣାଯିବା ପରେ ସନ୍ଧ୍ୟା ୬ଟା ୩୦ରୁ ପହଣ୍ଡି ଆରମ୍ଭ କରାଯାଇଥିଲା।
ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି ମାଧ୍ୟମରେ ଆଡ଼ପ ମଣ୍ଡପରେ ବିଜେ କରାଯିବା ପରେ ବଳଭଦ୍ର, ସୁଭଦ୍ରାଙ୍କର ପହଣ୍ଡି ହୋଇଥିଲା। ଶେଷରେ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ପରିସରକୁ ନିଆଯାଇଥିଲା। ପ୍ରାୟ ଅଢେଇ ଘଣ୍ଟା ପହଣ୍ଡି କରାଯାଇ ଚତୁର୍ଦ୍ଧା ମୂରତିଙ୍କୁ ଆଡପ ମଣ୍ଡପରେ ବିଜେ କରାଯାଇଛି। ପ୍ରାୟ ୫ ଲକ୍ଷରୁ ଅଧକ ଭକ୍ତଙ୍କ ଗହଣରେ ପହଣ୍ଡି ଶେଷ ହେଇଛି। ପହଣ୍ଡି ସମୟରେ ଜୟଜଗନ୍ନାଥ ଧ୍ୱନୀରେ କମ୍ପି ଉଠିଛି।ମହାପ୍ରଭୁଙ୍କର ବହୁ ପ୍ରତିକ୍ଷୀତ ଆଡ଼ପ ଦର୍ଶନ ନବମୀ ଯାଏଁ ମିଳିପାରିବ।
ସେହିପରି ଭକ୍ତ ଶନିବାର ଠାରୁ ଆଡ଼ପ ଅବଢ଼ା ପାଇପାରିବେ। ଆଡ଼ପ ଅବଢ଼ା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ଅଧିକ ଶ୍ରଦ୍ଧା ଓ ଉତ୍ସାହ ଦେଖାଯାଇଥାଏ। କାରଣ ଏହା ବର୍ଷକରେ ଥରଟିଏ ମିଳିଥାଏ। ଶନିବାର ସକାଳ ୭ଟା ୩୦ର ୮ଟା ୩୦ ଯାଏଁ ସାହାଣମେଳା ଦର୍ଶନ ହେବ। ଏହା ପରେ ଦିନ ସାରା ପରିମାଣିକ ଟିକେଟରେ ଶ୍ରଦ୍ଧାଳୁଙ୍କୁ ଭିତର କାଠରୁ ଦର୍ଶନ କରିପାରିବେ। ପୂଜା ନୀତି ବ୍ୟତୀତ ଭକ୍ତମାନେ ଶନିବାର ଦିନ ତମାମ ବାହାର କାଠରୁ ଦର୍ଶନ କରିପାରିବେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe