କନକ ବ୍ୟୁରୋ: କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତରେ ଲକ୍ଷାଧିକ ଶ୍ରଦ୍ଧାଳଙ୍କୁ ଭିଡ । ପ୍ରବଳ ଭିଡ ଯୋଗୁ ସାରା ରାତି ମହାପ୍ରଭୁଙ୍କ ଦର୍ଶନ ଚାଲିଥିଲା । ପଞ୍ଚୁୁକ ତଥା ପୂର୍ଣ୍ଣମୀ ପାଇଁ ରାତିସାରା ଜଗା ଦର୍ଶନର ବ୍ୟବସ୍ଥା କରାଯାଇଥିଲା । ତେବେ ଆଜି ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନିକ ସ୍ତରରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ୬୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ମନ୍ଦିର ଭିତରେ କେବଳ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

ବେଳାଭୂମିରେ ପୁଲିସ ଓ ଲାଇଫଗାର୍ଡ ରହିବେ । ମାର୍କେଟଛକଠାରୁ ଶ୍ରୀମନ୍ଦିର ଯାଏଁ ନୋ ଭେଇକଲ୍ ଜୋନ୍ ଘୋଷଣା କରାଯାଇଛି । ହଜାର ହଜାର ହବିଷ୍ୟାଳୀ ପୁରୀରେ ଡେରା ପକାଇଛନ୍ତି । ଆଜି ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କରି ବ୍ରତ ଉଦଯାପନ କରିବେ ହବିଷ୍ୟାଳି । ବ୍ରତ ପାଳନକାରି ଆଜି ପୁଷ୍କରିଣି ଓ ମହୋଦଧିରେ ଡଙ୍ଗା ଭସାଇବା ପରେ ବ୍ରତ ଭାଙ୍ଗିବେ । ଆଜି ପୁରୀରେ ଆହୁରି ଅଧିକ ଭିଡ ଦେଖିବାକୁ ମିଳିଛି । ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି ।