ଆଜି ନୀଳାଦ୍ରି ବିଜେ : ରଥଯାତ୍ରା ଉତ୍ସବର ଶେଷ ପର୍ବ; ରତ୍ନବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତି, ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଂଜନ କରିବେ କାଳିଆ ଠାକୁର

178

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଆଜି ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ । ରଥଯାତ୍ରାର ଶେଷ ପର୍ବ । ରତ୍ନ ଦେବୀକୁ ଫେରିବେ ଠାକୁର । ଏହାସହ ପରମ୍ପରା ଅନୁସାରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଂଜନ କରିବେ କାଳିଆ ଠାକୁର । ଗୁରୁବାର ଶ୍ରୀକ୍ଷେତ୍ରରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଛି । ରାଘବ ଦାସ ଓ ବଡ଼ ଓଡିଆ ମଠ ପକ୍ଷରୁ ଅଧର ହାଣ୍ଡି ପ୍ରସ୍ତୁତ ହୋଇ ମଧ୍ୟାନ୍ନ ଧୂପ ପରେ ନୀତି ବଢି ଅଧର ପଣା ଭୋଗ ହୋଇଥିଲା ।

ଏହା ପରେ ହାଣ୍ଡି ଭଙ୍ଗା ଯିବାର ନୀତି ସମ୍ପନ୍ନ ହୋଇଥିଲା । ପରମ୍ପରା ଅନୁସାରେ ପ୍ରତି ରଥରେ ତିନିଟି ଅଧର ଚୁମ୍ବିତ ହାଣ୍ଡି ରଥ ଉପରେ ବିଗ୍ରହ ମାନଙ୍କ ସମ୍ମୁଖରେ ରଖାଯାଇଥିଲା । ସେଥିରେ ସୁସ୍ୱାଦୁ ଓ ଶୁଗନ୍ଧିତ ଦ୍ରବ୍ୟ ଯଥା କେଶର, ଲହୁଣୀ, ଛେନା, ସର, କ୍ଷୀର, ମିଶିରି, କର୍ପୁର ଏଭଳି ଅନକେ ଦ୍ରବ୍ୟ ପଡ଼ି ପ୍ରସ୍ତୁତ ହୋଇଥିଲା ଅଧର ପଣା । ସୁଆର ସେବାୟତ ଏହି ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡା ସାମନ୍ତ ଲାଗି କରିଥିଲେ ।