ଅଣସର ପିଣ୍ଡିରେ ଶ୍ରୀଜିଉ । ଆଜି ଠାକୁରଙ୍କ ତାତି ମାପିବେ ଦଇତାପତି

ବଦଳିବ ପୁରୀର ଚିତ୍ର! ପୂରାପୁରି ନବୀକରଣ ହେବ ପୁରୀ, ବହୁତଳ ପାର୍କିଂଠୁ ଆରମ୍ଭ କରି ୫ଟି ପ୍ରକଳ୍ପରେ ସୌନ୍ଦର୍ଯ୍ୟ ହେବ ଶ୍ରୀକ୍ଷେତ୍ର ।

କନକ ବ୍ୟୁରୋ: ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ କମ୍ପୁଛନ୍ତି ଶ୍ରୀବିଗ୍ରହ । ଆଉ ଅସୁସ୍ଥ ଶ୍ରୀଜିଉଙ୍କୁ ସୁସ୍ଥ୍ୟ କରିବା ପାଇଁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ଉପଚାର । ବିଭିନ୍ନ ଉପଚାରରେ ବିଶ୍ୱନିୟନ୍ତାଙ୍କ ସେବା କରୁଛନ୍ତି । ଦଇତାପତି ସେବକମାନେ । ସେପଟେ, ଅଣସର ତାଟିରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପଟି ଦିଅଁ ।

ଶାସ୍ତ୍ର ଅନୁସାରେ, ଅଣସର ବେଳେ ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ଅନନ୍ତ ନାରାୟଣ, ଶ୍ରୀ ବଳଦେବଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀଙ୍କ ପଟିଦିଅଁ ପୂଜା ପାଇଥାନ୍ତି । ଅଣସର ଦର୍ଶନକୁ ଦଶବତାର ଦର୍ଶନ ମଧ୍ୟ କୁହାଯାଏ । ହି ସମୟରେ ଠାକୁରଙ୍କୁ ସୁଅର, ଫୁଲୁରି ତେଲ, ଇତ୍ୟାଦି ଲାଗି କରାଯାଇଥାଏ । ଗତ ୧୭ ତାରିଖରେ ମହାପ୍ରଭୁ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସରରେ ଅଛନ୍ତି । ଆଜି ତୃତୀୟ ଦିନରେ ମହାପ୍ରଭୁଙ୍କ ଦେହରେ କେତେ ତାତି ଅଛି ତାକୁ ପରଖିବେ ଦଇତା ସେବାୟତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe