ଜମୁଛି ପ୍ରଭୁ ଜଗନ୍ନାଥଙ୍କ ପୂଜା: ନିଆଳି ପ୍ରାଚୀନଦୀ କୂଳରେ ଭାଗବତ ଗାଦି ମେଲଣ, ବିରାଟ ଶୋଭାଯାତ୍ରାରେ ଗାଁ ପରିକ୍ରମା କଲେ ପ୍ରଭୁ ଜଗନ୍ନାଥ

60

କନକ ବ୍ୟୁରୋ: ନିଆଳି ଅଂଚଳର ପ୍ରସିଦ୍ଧ ଭାଗବତ ଗାଦି ମେଳନ । କଟକ ଜିଲ୍ଲା ନିଆଳି ବ୍ଲକ ନୂଆପଲମହାଟରେ ଭାଗବତ ଗାଦି ମେଲଣ ଅନୁଷ୍ଠିତ ହୋଇଯାଇଛି । ଘଂଟଘଂଟାରେ ବିରାଟ ପଟୁଅ।।ରରେ ତାଳପତ୍ର ପୋଥୀ ଏବଂ ସୁସଜିତ ଜଗନ୍ନାଥଙ୍କୁ ବିମାନରେ ବସାଇ ଗାଁ ପରିକ୍ରମା କରାଯାଇଥିଲା । ଏହା ସହିତ ଭୋଗଲାଗି କରାଯାଇ ନୂଆପଲମହାଟ ମେଲଣ ପଡିଆକୁ ଯିବାର ରହିଛି ପରମ୍ପର।। । ଏହି ଭାଗବତ ଗାଦି ମେଲଣ ଦୁଇଦିନ ଧରି ପାଳିତ ହୋଇଛି । ବିଭିନ୍ନ ଗାଁରୁ ୧୨ଟି ବିମାନ ମେଳନ ପଡିଆକୁ ସୁସଜିତ ହୋଇ ଆସିଥିବା ବେଳେ ସମ୍ପୁର୍ଣର୍ ରୀତିନୀତିର ସହ ଏଠାରେ ପୂଜାର୍ଚ୍ଚନା କରାଯାଇଥାଏ । ପ୍ରାଚୀନଦୀ କୂଳରେ ଏହି ମେଳନ ହେଉଥିବାରୁ ଏଠାକୁ ବିଭିନ୍ନ ଗାଁରୁ ଭକ୍ତମାନେ ଛୁଟିଆସିଥିଲେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ।