ନିଲାମ ହେଲା ସବୁଠୁ ବଡ଼ ଲଡ଼ୁ : ୨୨ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ କିଣିଲା ତାଳଚେର ଲାଲବାଗ ରାଜା ଅନୁଷ୍ଠାନ

1,560

କନକ ବ୍ୟୁରୋ : ନିଲାମ ହେଲା ସବୁଠୁ ବଡ଼ ଲଡୁ । ତାଳଚେର ଗଣେଶ ପୂଜାର ୩୧ କ୍ୱିଣ୍ଟାଲ ଓଜନର ଆଜ୍ଞାଲଡ଼ୁ ନିଲାମ୍ । ୨୨ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ କିଣିଲା ତାଳଚେର ଲାଲବାଗ ରାଜା ଅନୁଷ୍ଠାନ । ତାଙ୍କ ପଛକୁ ଅନୀଲ ବେହେରା ୨୧ ଲକ୍ଷ ୫୦ ହଜାର ଟଙ୍କା ନିଲାମ ଡାକି ଲଡ଼ୁ ନେବାରେ ଅସଫଳ ହୋଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କମିଟିର ସଭାପତି, ଉପଜିଲ୍ଲାପାଳ, ମୁଖ୍ୟ ଅତିଥି ଭାବେ ଢ଼େଙ୍କନାଳ ସାଂସଦ ମହେଶ ସାହୁ ଯୋଗ ଦେଇଥିଲେ ।