ଭାରତୀୟ ସଂସ୍କୃତି ଓ ଇତିହାସ କେବଳ ଭାରତରେ ନୁହେଁ ବରଂ ଏହା ବିଦେଶରେ ମଧ୍ୟ ବେଶ୍ ପ୍ରସିଦ୍ଧି ଲାଭ କରିଛି । ଏପରିକି ମୁସଲମାନ ବହୁଳ ରାଷ୍ଟ୍ରମାନଙ୍କରେ ମଧ୍ୟ ଏହା କିଛି କମ୍ ଲୋକପ୍ରିୟ ନୁହେଁ । ପୂର୍ବ ଏସୀୟ ଦେଶମାନଙ୍କ ଭିତରେ ଇଣ୍ଡୋନେସିଆ ହେଉଛି ଏକ ମୁସଲମାନବହୁଳ ଦେଶ । ଏହି ଦେଶର ମୁଦ୍ରାର ନାଆଁ ହେଲା ରୁପେୟା ।
ଆପଣ ଜାଣି ବିସ୍ମିତ ହେବେ ଯେ ଇଣ୍ଡୋନେସିଆରେ ପ୍ରଚଳିତ ୨୦ହଜାର ଟଙ୍କିଆ ନୋଟରେ ଭଗବାନ୍ ଗଣେଶଙ୍କର ଫଟୋ ଅଛି । ପ୍ରକୃତ କଥା ହେଉଛି ଯେ ଇଣ୍ଡୋନେସିଆରେ ଭଗବାନ ଗଣେଶଙ୍କୁ ଶିକ୍ଷା,କଳା ଓ ବିଜ୍ଞାନର ଦେବତା ବୋଲି ବିବେଚନା କରାଯାଏ । ସେହି ନୋଟର ସାମ୍ନାରେ ଭଗବାନ ଗଣେଶଙ୍କର ଫଟୋ ଚିତ୍ର ଓ ପଛରେ କ୍ଲାସରୁମର ଚିତ୍ର ରହିଛି । ଏଥିରେ ଶିକ୍ଷକ ଓ ଛାତ୍ରମାନେ ମଧ୍ୟ ଅଛନ୍ତି ।
ଏହି ନୋଟରେ ଇଣ୍ଡୋନେସିଆର ପ୍ରଥମ ଶିକ୍ଷାମନ୍ତ୍ରୀ ହଜର ଦୈବାଂତ୍ରାଙ୍କ ଫଟୋ ମଧ୍ୟ ରହିଛି । ଦୈବାଂତ୍ରା ଥିଲେ ଇଣ୍ଡୋନେସିଆର ସ୍ୱାଧୀନତାର ମହାନାୟକ। କୁହାଯାଏ ଯେ କିଛି ବର୍ଷତଳେ ଇଣ୍ଡୋନେସିଆର ଅର୍ଥବ୍ୟବସ୍ଥା ଭୁଷୁଡ଼ି ପଡ଼ିଥିଲା । ସେଠାକାର ରାଷ୍ଟ୍ରଚିନ୍ତକମାନେ ବିଚାରବିମର୍ଶ କରିବାପରେ ୨୦ହଜାର ଟଙ୍କାର ଏହି ନୋଟର ପ୍ରଚଳନ କରିଥିଲେ ଯେଉଁଥିରେ ଭଗବାନ ଗଣେଶଙ୍କର ଫଟୋ ସ୍ଥାନିତ ହୋଇଥିଲା ।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/755238233.jpg)