କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶ୍ରୀକ୍ଷେତ୍ରରେ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବି ରଥଯାତ୍ରା ଆୟୋଜିତ ହୋଇଛି । ସେହିଭଳି କେନ୍ଦ୍ରାପଡାରେ ବି ବେସ୍ ଧୁମଧାମରେ ରଥଯାତ୍ରା ପାଳିତ ହେଉଛି । ସାରା ରାଜ୍ୟରେ ସୁରୁଖୁରୁରେ ରଥଯାତ୍ରା ଚାଲିଥିବା ବେଳେ କେନ୍ଦ୍ରାପଡାରେ ରଥ ଟଣା ବେଳେ ମାଟି ଧସିବାକୁ ରଥ ଚକ ଫସିଯାଇଥିବା ଖବର ସାମ୍ନାକୁ ଆସିଛି ।

Advertisment

ମାଟି ଧସିବା ଫରେ ରଥ ଅଟକିଯାଇଛି । ଦେବୋତ୍ତର କାର୍ଯ୍ୟାଳୟ ଆଗରେ ରଥ ଅଟକି ରହିଛି । ମାଟି ଧସିବା ପରେ ବ୍ରହ୍ମ ତାଳଧ୍ୱଜ ରଥ ଅଟିକିଛି । ତେବେ ରଥ ଚକ ଫସିଯାଇଥିବା ବେଳେ ମେସିନ ସାହାଯ୍ୟରେ ରଥଚକା ବାହାର କରିବା ପାଇଁ ପ୍ରୟାସ ଚାଲିଛି । ଲଗାଣ ବର୍ଷା ପାଇଁ ମାଟି ଧସିଥିବା କୁହାଯାଉଛି ।