ଦାନଗଦି ବ୍ଲକ ଅଧ୍ୟକ୍ଷା ବିଜେଡିରୁ ନିଲମ୍ବିତ । ଲୋପାମୁଦ୍ରା ନାୟକ ଓ ତାଙ୍କ ସ୍ୱାମୀ ହଳଧରଙ୍କୁ ନିଲମ୍ବନ କଲେ ବିଜେଡି ଜିଲ୍ଲା ସଭାପତି ।

Advertisment
ପେଟ୍ରୋଲ୍ ପମ୍ପ ମାଲିକଙ୍କ ଟଙ୍କା କାରବାର ନେଇ ସିଇଓଙ୍କୁ ଫେରାଦ ହେଲା ବିଜେଡି । ପେଟ୍ରୋଲ୍ ପମ୍ପ ଓ ଗ୍ୟାସ୍ ଏଜେନ୍ସିରେ ୨୪ ଘଣ୍ଟିଆ ଲାଇଭ୍ ସିସିଟିଭି ବ୍ୟବସ୍ଥା ପାଇଁ ଦାବି । 

ଦାନଗଦି ବ୍ଲକ ଅଧ୍ୟକ୍ଷା ଲୋପାମୁଦ୍ରା ନାୟକ ଓ ତାଙ୍କ ସ୍ୱାମୀ ହଳଧର ନାୟକଙ୍କୁ ବିଜୁ ଜନତା ଦଳ ନିଲମ୍ବିତ କରିଛି । ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ବିଜେଡିରୁ ନିଲମ୍ବିତ କରିବା ସଂପର୍କରେ ଯାଜପୁର ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର ସ୍ପଷ୍ଟ କରିଛନ୍ତି । ବିଜେଡି ଜିଲ୍ଲା ସଭାପତି ଅଭିଯୋଗ କରିଛନ୍ତି ଯେ, ଶ୍ରୀମତି ଲୋପାମୁଦ୍ରା ନାୟକ ଯାଜପୁର ଦଳ ପକ୍ଷରୁ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲା ପରେ ସ୍ୱାମୀଙ୍କ ସହ ମିଳିତଭାବେ ବ୍ଲକରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ସଂପୃକ୍ତ ରହିଛନ୍ତି। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରୁ ମୁନାଫା କମାଇବାକୁ ଉଭୟ ସୁଚିନ୍ତିତ ଯୋଜନା କରି ଅର୍ଥ ଆଦାୟ କରିଛନ୍ତି । ଯାହାଦ୍ୱାରା ବ୍ଲକର ଅବହେଳିତ ଲୋକମାନେ ବିଭିନ୍ନ ଯୋଜନାର ସୁଫଳ ପାଇବାରୁ ବଂଚିତ ହୋଇଛନ୍ତି ।

ଉଭୟ ବିଭିନ୍ନ ଠିକାଦାରୀ କାମରେ ସଂପୃକ୍ତ ରହିବା ଓ ବିପୁଳ ପିସି ଆଦାୟ କରିବାରୁ ବହୁ କାର୍ଯ୍ୟ ନିମ୍ନମାନର ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି । ବିଗତ ଦିନରେ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିରୁ ମଧ୍ୟ ବିପୁଳ ପରିମାଣର ଅର୍ଥ ପିସି ଭାବେ ଆଦାୟ କରିବାର ସୁଚିନ୍ତିତ ଯୋଜନା କରିଛନ୍ତି । ଏହା ସହିତ ଶାସକ ବିଜୁ ଜନତା ଦଳରେ ଥାଇ ବିରୋଧି ଦଳ ଏବଂ ବିରୋଧି ଦଳର ନେତାଙ୍କ ସହିତ ସଂପର୍କ ରଖି ଦଳ ମଧ୍ୟରେ ବିବାଦର ସୂତ୍ରପାତ କରିବାକୁ ହୀନ ଉଦ୍ୟମ ମଧ୍ୟ କରିଛନ୍ତି । ଯାହା ଫଳରେ ଦାନଗଦୀ ବ୍ଲକର ଜନସାଧାରଣଙ୍କ ସହିତ ବିଜୁ ଜନତା ଦଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe