କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଲୋପାମୁଦ୍ରା ମିଶ୍ର ନିର୍ଯାତନା ମାମଲାରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କୁ ଆଗୁଆ ଜାମିନ ମିଳିଛି । ତ୍ରୈଲୋକ୍ୟ ମିଶ୍ରଙ୍କ ପୁଅ ସବ୍ୟସାଚୀ ମିଶ୍ରଙ୍କୁ ବି ହାଇକୋର୍ଟ ଆଗୁଆ ଜାମିନ ଦେଇଛନ୍ତି । ୨୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ତାଙ୍କୁ ଜାମିନ ମିଳିଛି ।
ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ଓ ତାଙ୍କ ପୁଅଙ୍କ ନାଁରେ ବୋହୁ ଲୋପାମୁଦ୍ରା ୱାଇଫ ସ୍ୱାପିଂ ବା ସ୍ତ୍ରୀ ବଦଳ ଭଳି ସଂଗୀନ ଅଭିଯୋଗ ଆଣିଥିଲେ। । ବିବାହ ପରଠାରୁ ତାଙ୍କୁ ନିର୍ଯ୍ୟାତନା ଦେବା ସହ ବିଭିନ୍ନ ସମୟରେ ତାଙ୍କୁ ମାଡ ମାରୁଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ।
ବିଦେଶୀ ବନ୍ଧୁଙ୍କ ସହ ସ୍ତ୍ରୀ ବଦଳ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା ବୋଲି ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ଏହାପରେ ତାଙ୍କୁ ଗୁଣ୍ଡା ପଠାଇ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ଧମକ ଚମକ ଦେଉଥିବା ଅଭିଯୋଗ କରିିଲେ ଲୋପାମୁଦ୍ରା ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-23-17h54m17s568.png)