ବିଧାନସଭାର ମୌସୁମୀ ଅଧିବେଶନ : ଏମ୍ସ ହସ୍ପିଟାଲରୁ ଗୃହକାର୍ଯ୍ୟରେ ସାମିଲ ହେଲେ ବିରୋଧୀ ଦଳ ନେତା

ଏବେବି ଚାଲିଛି ଚିକିତ୍ସା; କହିଲେ, ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି, କିନ୍ତୁ ଲୋକେ ଦେଇଥିବା ଦାୟିତ୍ୱ ଉପରେ ତାଙ୍କର ରହିବ ପ୍ରାଥମିକତା

290

କନକ ବ୍ୟୁରୋ : ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରୁ ଗୃହକାର୍ଯ୍ୟରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା । ହସ୍ପିଟାଲରୁ ଭିଡିଓ କନଫରେସିଂରେ ବିଧାନସଭା ଗୃହକାର୍ଯ୍ୟରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା । ଏଭଳି ଚିତ୍ର ଖୁବ ବିରଳ । କାରଣ ଏବେବି ତାଙ୍କର ଚିକିତ୍ସା ଚାଲିଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । କିନ୍ତୁ ବିରୋଧୀ ଦଳ ନେତା ହିସାବରେ ରାଜ୍ୟବାସୀ ତାଙ୍କୁ ଦେଇଥିବା ଦାୟିତ୍ୱ ତାଙ୍କର ପ୍ରାଥମିକତା ବୋଲି କହିଛନ୍ତି ପ୍ରଦୀପ୍ତ ନାଏକ ।

ଅସୁସ୍ଥତା କାରଣରୁ ସେ ଏତେ ଦୁର୍ବଳ ହୋଇପଡିଛନ୍ତି ଯେ, ଠିକରେ ତାଙ୍କ ସ୍ୱର ମଧ୍ୟ ଶୁଣାଯାଉନାହିଁ । ବିଧାନସଭାରେ ଦିବଙ୍ଗତ ସଦସ୍ୟଙ୍କ ଉଦେ୍ଧଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକପ୍ରସ୍ତାବ ଉପରେ ଗୃହରେ ନିଜର ଅଭିଭାଷଣ ରଖିଥିଲେ ବିରୋଧୀ ଦଳ ନେତା । ଭବାନୀପାଟଣାରୁ ଚାରି ଚାରି ଥର ବିଜେପି ଟିକେଟରେ ଜିତି ବିଧାନସଭାକୁ ଆସିଥିବା ବେଳେ ଏଥର ତାଙ୍କୁ ଗୁରୁ ଦାୟିତ୍ୱ ଦେଇଛି ବିଜେପି । ବିରୋଧୀ ଦଳ ନେତା ହିସାବରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଉତରଦାୟୀ କରୁଥିବା ଏହି ବିଚକ୍ଷଣ ନେତା କରୋନାରେ ସଂକ୍ରମିତ ହୋଇ ଗତ ଏପ୍ରିଲ ୨୦ତାରିଖରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ।