ପଂଚାୟତ ଫଳାଫଳ ନେଇ ପ୍ରତିକ୍ରିୟା ରଖିଲେ ନରସିଂହ ମିଶ୍ର : କହିଲେ ଅର୍ଥବଳ ଓ ବାହୁବଳର ବିଜୟ କାରଣରୁ ଏହି ନିର୍ବାଚନ ପାଲଟିଛି ପ୍ରହସନ

16

କନକ ବ୍ୟୁରୋ : ପଂଚାୟତ ଫଳାଫଳ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଜିଲ୍ଳା ପରିଷଦ ନିର୍ବାଚନରେ କଂଗ୍ରେସର ପରାଜୟ ହୋଇଥିବା ସ୍ୱୀକାର କରିଛନ୍ତି ନରସିଂହ । ତେବେ ଏହି ନିର୍ବାଚନରେ ବହୁ ପରିମାଣର ଅର୍ଥ ବ୍ୟୟ ହୋଇଛି । ଏହା ସହ ଏହି ନିର୍ବାଚନରେ ହିଂସାକାଣ୍ଡ ସୀମା ଟପିଯାଇଛି ।

ଏପରି ଭାବେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପୂର୍ବରୁ କେବେ ହୋଇନଥିବା ୩ଟି ଯାକ ମୁଖ୍ୟ ଦଳ ସ୍ୱୀକାର କରିଥିବା କହିଛନ୍ତି ନରସିଂହ । ତେଣୁ ଅର୍ଥବଳ ଓ ବାହୁବଳର ବିଜୟ ହୋଇଥିବାରୁ ଏହି ନିର୍ବାଚନ ପ୍ରହସନ ପାଲଟିଥିବା ବିରୋଧିଦଳ ନେତା କହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ- 

Comments are closed.