କନକ ବ୍ୟୁରୋ : ପଂଚାୟତ ଫଳାଫଳ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଜିଲ୍ଳା ପରିଷଦ ନିର୍ବାଚନରେ କଂଗ୍ରେସର ପରାଜୟ ହୋଇଥିବା ସ୍ୱୀକାର କରିଛନ୍ତି ନରସିଂହ । ତେବେ ଏହି ନିର୍ବାଚନରେ ବହୁ ପରିମାଣର ଅର୍ଥ ବ୍ୟୟ ହୋଇଛି । ଏହା ସହ ଏହି ନିର୍ବାଚନରେ ହିଂସାକାଣ୍ଡ ସୀମା ଟପିଯାଇଛି ।
ଏପରି ଭାବେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପୂର୍ବରୁ କେବେ ହୋଇନଥିବା ୩ଟି ଯାକ ମୁଖ୍ୟ ଦଳ ସ୍ୱୀକାର କରିଥିବା କହିଛନ୍ତି ନରସିଂହ । ତେଣୁ ଅର୍ଥବଳ ଓ ବାହୁବଳର ବିଜୟ ହୋଇଥିବାରୁ ଏହି ନିର୍ବାଚନ ପ୍ରହସନ ପାଲଟିଥିବା ବିରୋଧିଦଳ ନେତା କହିଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-26-14h28m05s545.png)