ଦିନକ ପୂର୍ବରୁ ବିଧାନସଭା ସରିବା ନେଇ ସରକାରଙ୍କ ଉପରେ ବର୍ଷିଲେ ଜୟନାରାୟଣ : କହିଲେ, ୭ଦିନରେ ୭ଘଣ୍ଟା ଚାଲିପାରିଲାନି ଗୃହ
କନକ ବ୍ୟୁରୋ : ଗୋଟିଏ ଦିନ ଆଗରୁ ବିଧାନସଭା ସରିବାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ୮ ଦିନର ବିଧାନସଭାକୁ ୭ ଦିନରେ ସାରିଦିଆଗଲା । ୭ ଦିନରେ ୭ଘଣ୍ଟା ବି ଗୃହ ଚାଲିପାରିଲା ନାହିଁ । ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା । ହେଲେ ପ୍ରସଙ୍ଗ ଉଠାଇବାକୁ ସୁଯୋଗ ଦିଆଗଲା ନାହିଁ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହି ମୌସୁମୀ ଅଧିବେଶନରେ ମୋଟ୍ ୭ଟି କାର୍ଯ୍ୟ ଦିବସ ରହିଥିଲା । ୭୭୦ଟି ତାରକା ଓ ୧୪୩ଟି ଅଣତାରକା ପ୍ରଶ୍ନର ଉତର ଗୃହରେ ଉପସ୍ଥାପିତ ହୋଇଥିଲା । ଗୃହରେ ବିଲ୍ ଯେଉଁପରି ଭାବେ ପାରିତ କରାଗଲା ତାହା ଠିକ୍ ନୁହେଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ବିରୋଧୀ ଦଳ ଆଲୋଚନାରେ ଭାଗ ନେଇନାହାନ୍ତି । ବିଲକୁ ତରବରିଆ ଭାବେ ପାରିତ ନକରି ଏଥିରେ ଆଲୋଚନା ହେବାର ଆବଶ୍ୟକତା ଥିବା ବୋଲି କହିଛନ୍ତି ବିରୋଧୀ ଦଳ ନେତା ।