କନକ ବ୍ୟୁରୋ :  ସମ୍ବଲପୁରରେ ବିଜେଡି କର୍ମୀ ସର୍କିଟ ହାଉସ ଘେରିବା ଘଟଣା । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ବିଜେଡି କର୍ମୀ ତାଙ୍କୁ ହତ୍ୟା କରିବା ପାଇଁ ଯାଇଥିବା ଅଭିଯୋଗ ଆଣିଛନ୍ତି ।

Advertisment

ଏପରିକି ନବ ଦାସ ପ୍ରସଙ୍ଗରେ ସରକାରଙ୍କୁ ଘେରି ଥିବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ପ୍ରୟାସ କରାଯାଉଥିବା ଭଳି ବଡ଼ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା । ଯଦି ତାଙ୍କର କିଛି ଦାବି ଅଛି ତେବେ ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାନ୍ତୁ । ଏବଂ ଜୟନାରାୟଣ କଣ ତାଙ୍କ ଦାବି ପୂରଣ କରିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ।

ଗତକାଲି ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିବା ଘଟଣାର ପ୍ରତିବାଦରେ ସମ୍ବଲପୁର ସ୍ଥିତ ସର୍କିଟ ହାଉସକୁ ଘେରିଛନ୍ତି ବିଜେଡି କର୍ମୀ । ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ଦାବି କରିଛନ୍ତି ବିଜେଡି କର୍ମୀ ।