ଜମି ଦେବା ନାଁରେ ଲୁଟ: ଖୋର୍ଦ୍ଧା, ବାଙ୍କୁଆଳ ମୌଜାରେ ୫୦ କୋଟି ଟଙ୍କା ଠକେଇ

1,171

କନକ ବ୍ୟୁରୋ: ଜମି ଦେବା ନାଁରେ ଠକେଇ ଅଭିଯୋଗ । ବିଲଡର ଗିରଫ । ଖୋର୍ଦ୍ଧା ବାଙ୍କୁଆଳ ମୌଜାରେ ଜମି ଦେବା ନାଁରେ ୫୦ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ କିସ୍ତିରେ ଲୋକଙ୍କୁ ରାଜଧାନୀରେ ଜମି ଦେବାକୁ କହି ଠକି ଚାଲିଥିଲା ଠକ । ଜମି ମାଗିବାରୁ ଫେକ୍ ରେଜିଷ୍ଟ୍ରେସନ କରାଇଦେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଖାରବେଳ ନଗର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ସୁଶ୍ରୀ ହୋମ୍ସ ଆଣ୍ଡ ଇନଫ୍ରା ପ୍ରମୋଟର୍ସ ପ୍ରାଇଭେଟ ଲିମିଟେଡର ଏମଡି ଶିବବ୍ରତ ଦାସଙ୍କୁ ଗିରଫ କରିଛି ପୋଲିସ ।