କେନ୍ଦ୍ରାପଡା ମାର୍ଶାଘାଇ ଅଂଚଳରେ ଲୁଟ୍ : ଭୁଜାଲିରେ ହାଣି ନଗଦ ଟଙ୍କା ସହ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ; ପରିବାରକୁ ଘରେ ପୁରାଇ ବାହାରୁ ପକାଇଦେଲେ ତାଲା

521

କନକ ବ୍ୟୁରୋ : ପରିବାର ଲୋକଙ୍କୁ ଭୁଜାଲିରେ ହାଣି ଲୁଟ କଲେ ଦୁର୍ବୃତ । ପରିବାରର ଲୋକଙ୍କୁ ଆକ୍ରମଣ କରି ନଗଦ ଟଙ୍କା ସହ ସୁନାଗହଣା ଦୁର୍ବୃତ ଲୁଟ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କୁସୁନପୁର ଗାଁର ଦୁଇଟି ପରିବାରର ଲୁଟ ହୋଇଛି । ଚୋରଙ୍କ ଭୁଜାଲି ଆକ୍ରମଣରେ ଦୁଇ ଦଣ ଗୁୁରୁତର ଆହତ ହୋଇଛନ୍ତି । ଜଣେ ଆହତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ମହିଳା ଜଣକ କେନ୍ଦ୍ରାପଡା ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।

ଗତକାଲି ବିଳମ୍ବିତ ରାତିରେ କୁସୁନପୁର ଗାଁର କାହ୍ନୁ ଚରଣଙ୍କ ଘରର ଗ୍ରୀଲ ତାଲା ଭାଙ୍ଗି ପଶି ଥିଲେ ୬ ଜଣ ଚୋର । ଚୋରି କରିବା ସମୟରେ ପରିବାର ଲୋକ ନିଦରୁ ଉଠି ଚୋରଙ୍କୁ ବିରୋଧ କରିଥିଲେ । ୬ଜଣ ଦୁର୍ବୃତ କାହ୍ନୁଚରଣ ଓ ତାଙ୍କ ସ୍ତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ କରି ରକ୍ତାକ୍ତ କରିବା ପରେ ଏକ ଘରେ ପୁରାଇ ବାହାରୁ ତାଲା ଦେଇ ଫେରାର ହୋଇଯାଇଛନ୍ତି ।