କନକ ବ୍ୟୁରୋ: ମଣ୍ଡପରେ ବିବାହ ଭୋଜି କରୁଥିଲେ ସାବଧାନ । ଲୁଟ ହୋଇପାରେ ଉପହାର ଟଙ୍କା । କାରଣ ଅତିଧି ହୋଇ ଆସୁଛନ୍ତି ଲୁଟେରା । ଝିଅ ବାହାଘରକୁ ଅତିଥି ବେଶରେ ଆସିଥିଲା ଲୁଟେରା । ଲକ୍ଷାଧିକ ଟଙ୍କାର ଉପହାର ବ୍ୟାଗ୍ ନେଇ ଚମ୍ପଟ ମାରିଲା । ସିସିଟିଭିରେ କଏଦ ହୋଇଛି ଲୁଟ୍ ବେଳର ସବୁ ଦୃଶ୍ୟ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା କୁଳନ୍ତିରା ଶାସନ ଗାଁର ଅଖିଲ ରଂଜନ ମହାନ୍ତିଙ୍କ ଝିଅ ବାହାଘର ଭୁବନେଶ୍ୱରର ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଝିଅ ବାହାଘରରେ ବନ୍ଧୁବାନ୍ଧବ ଓ ସାଙ୍ଗସାଥି ସାମିଲ ହୋଇଥିଲେ । ଅତିଥିମାନେ ଝିଅକୁ ଉପହାର ଦେଇଥିଲେ । ସବୁ ଉପହାରକୁ ଏକ କଳା ବ୍ୟାଗରେ ରଖାଯାଇଥିଲା । ଲୁଟେରା ଜଣଙ୍କ ରାତି ପ୍ରାୟ ୧୨ଟା ବେଳେ ଅତିଥିଙ୍କ ଭଳି ଆସିଲା. ଝିଅ ବେଦୀକୁ ଯିବା ବେଳେ କୌଶଳ କ୍ରମେ ବ୍ୟାଗକୁ ଧରି ପଳାଇ ଯାଇଛି । ସେହି ବ୍ୟାଗରେ ଲକ୍ଷାଧିକ ଟଙ୍କାର ଉପହାର ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଲୁଟ୍ ବେଳର ସବୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏନେଇ ବରଗଡ ଥାନାରେ ଅଭିଯୋଗ ହୋଇଛି । ପୁଲିସ ସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି ।