କନକ ବ୍ୟୁରୋ : କୋଣାର୍କ ସୂର୍ଯ୍ୟମନ୍ଦିକ ନିକଟ ଜଗନ୍ନାଥ ମନ୍ଦିରରୁ ଚୋରି । ଦିନ ଦ୍ୱିପ୍ରହରରେ ମନ୍ଦିର ହୁଣ୍ଡିରୁ ଚୋରି । ଆଜି ମଧ୍ୟାହ୍ନ ୧୨ଟାରୁ ୧ଟା ମଧ୍ୟରେ ଚୋରି ହୋଇଥିବା ସୂଚନା ମିଳିଛି ।
ଭଗବାନଙ୍କୁ ବି ଛାଡୁନାହାନ୍ତି, ସାରା ବିଶ୍ୱର ନଜର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପରେ ଥିବା ବେଳେ କୋଣାର୍କରୁ ଆସିଛି ଏକ ଚୋରି ଖବର । କୌଣସି ଘରୁ ଚୋରି ହୋଇନି, ଏଠି ଭଗବାନଙ୍କ

Advertisment

ମନ୍ଦିରରୁ ଚୋରି କରିଛନ୍ତି ଦୁର୍ବୃତ୍ତ । କୋଣାର୍କ ସୂର୍ଯ୍ୟମନ୍ଦିର ନିକଟ ଜଗନ୍ନାଥ ମନ୍ଦିରରୁ ଦାନ ହୁଣ୍ଡି ଭାଙ୍ଗି ଦାନ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସବୁଠୁ ବଡ କଥା ହେଉଛି ମନ୍ଦିରର ଭିତରେ ରକ୍ତ ଛିଟା ପଡିଛି । ହୁଣ୍ଡି କାଚ ଭାଙ୍ଗି ଲୁଟ କଲାବେଳେ ହୁଣ୍ଡି କାଚରେ ଦୁର୍ବୃତ୍ତର ହାତ କଟିଥିବା ସନ୍ଦେହ କରାଯାଉଛି ।