କଟକ ସୁନାରୁଣ ସଂସ୍ଥାରୁ ଲୁଟ ମାମଲା : ମହିଳା କର୍ମଚାରୀଙ୍କ ସମ୍ପୃକ୍ତି ନେଇ ଖୁଲାସା; ନିଳିମା ଲେଙ୍କାଙ୍କ ହାତରେ ଥିଲା ଚାବି, ପାଖରେ ଥିଲା ସବୁ ସୁନା ଗହଣା

522

କନକ ବ୍ୟୁରୋ : କଟକ ନୟାସଡକ ସ୍ଥିତ ଆଇଆଇଏଫଏଲ ସୁନା ଲୁଟ ଘଟଣା ପଛରେ ରହିଛି ଜଣେ ମହିଳାଙ୍କ ସଂପୃକ୍ତି । ସୁନା ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଲାଲା ଅମିତ ରାୟଙ୍କୁ ସହଯୋଗ କରୁଥିଲେ ସଂସ୍ଥାର ଜଣେ ମହିଳା ଅଧିକାରୀ । ଏହି ମହିଳା ଅଧିକାରୀ ଜଣଙ୍କ ହେଉଛନ୍ତି ନୀଳିମା ଲେଙ୍କା । ନୀଳିମାଙ୍କ ପାଖରେ ହିଁ ରହୁଥିଲା ଆଇଆଇଏଫଏଲ ସଂସ୍ଥାର ଲକର ଚାବି । ତାଙ୍କୁ ପୋଲିସ ପଚରାଉଚରା କରି ଅନେକ ତଥ୍ୟ ହାସଲ କରିଛି । ଲୁଟ୍ ଘଟଣାର ଢେର କିଛି ସମୟ ଆଗରୁ ଅଫିସରେ ପହଂଚି ଯାଇଥିଲେ ଏହି ମହିଳା ଅଧିକାରୀ ଜଣଙ୍କ ।

ଆଉ ତାଙ୍କ ଠାରୁ ଚାବି ନେଇ ଲକର ଭିତରେ କଳକନା ବୁଲାଇ ଦେଇଥିଲା ଅଭିଯୁକ୍ତ ଲାଲା ଅମିତ ଓ ତା ସହଯୋଗୀ । ତେବେ ଆଇଆଇଏଫଏଲ ସୁନା ଲୁଟ ଘଟଣା ମୁଖ୍ୟ ଷଡଯନ୍ତ୍ରକାରୀ ସଂସ୍ଥାର କର୍ମଚାରୀ ଲାଲା ଅମ୍ରିତ ରାୟ ବୋଲି ଗତକାଲି ସୂଚନା ଦେଇଥିଲେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗା । କର୍ମଚାରୀ ଲାଲା ଅମିତ ରାୟ ଓ ତାଙ୍କ ବନ୍ଧୁ ରଞ୍ଜନ ବେହେରା ମିଶି ଏହି ଲୁଟର ନାଟକ ରଚିଥିଲେ । ମୁଖ୍ୟ ଅଭିଯୁକ୍ତ ଲାଲା ସମେତ ୬ଜଣଙ୍କୁ ଗିରଫ କରି ସାରିଛି ପୋଲିସ । ଲାଲାର ଭାଇ ଏବେ ବି ଫେରାର ଅଛି ।

ସେପଟେ କଟକ ନୟାସଡକ ଆଇଆଇଏଫଲ ସଂସ୍ଥାରୁ ଲୁଟ ହୋଇଥିବା ସୁନା ସାଉଁଟୁଛି ପୋଲିସ୍ । ଅଭିଯୁକ୍ତଙ୍କ ବୟାନ ଆଧାରରେ ସେ ଲୁଚାଇ ରଖିଥିବା ସୁନାରୁ କିଛି ଖୋଜି ପାଇଛି କମିଶନରେଟ ପୁଲିସ । ଗିରଫ ହୋଇଥିବା ଅଭିଯୁକ୍ତମାନେ ଲୁଟ କରିଥିବା ସୁନାକୁ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବା କହିଥିଲେ । ପ୍ରଥମେ ମର୍କତନଗରର ଏକ କେନାଲ ନିଟକରେ ସୁନା ଖୋଜିବା ସହ ଆଜି ଆଉ ଏକ ସୁନା ଋଣ ସଂସ୍ଥାରେ ବି ଛାନଭିନ୍ନ କରିଛି ପୁଲିସ । ଗତ ୧୯ ତାରିଖରେ ଆଇଆଇଏଫଏଲରୁ ନାଟକୀୟ ଭାବେ ସୁନା ଲୁଟି ନେଇଥିଲେ ଲୁଟେରା ।