ପିପିଲିରେ ଲୁଟେରାଙ୍କ ଆତଙ୍କ । ଘରେ ପଶି ହାଣିଲେ, ସୁନା, ରୂପା ଅଳଙ୍କାର ସହ ୧୦ଲକ୍ଷରୁ ଅଧିକ ଟଙ୍କା ଲୁଟି ମାରିଲେ ଚମ୍ପଟ

286

କନକ ବ୍ୟୁରୋ: ଗ୍ୟାସ କଟରରେ ଘରର ମୁଖ୍ୟ ଫାଟକ କାଟିଲେ, ଘରେ ପଶିବାକୁ ଝରକା ତାଡିଲେ, ଆଉ ଘରେ ପଶି ଜଣକ ପରେ ଜଣେ କରି ୪ ଜଣକୁ ମରଣାନ୍ତକ ଆକ୍ରମଣ କଲେ । ଲୁଟ୍ ପାଇଁ ପୁରୀ ଜିଲ୍ଲା ପିପିଲି ଦକ୍ଷିଣ ସାହି ଗାଁ ଚକ ସାହିରେ ଏଭଳି ଏକ ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

  • ଘରେ ପଶି ୧୦ ଲକ୍ଷ ଲୁଟ୍ !
  • ଲୁଟ୍ ପାଇଁ ମରଣାନ୍ତକ ଆକ୍ରମଣ
  • ଗୋଟିଏ ପରିବାରର ୪ ଗୁରୁତର

୪ରୁ ୫ ଜଣ ଦୁର୍ବୃତ୍ତ ଘରେ ପଶି ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପରିବାରର ସମସ୍ତ ସଦସ୍ୟଙ୍କୁ ଗୋଟିଏ ଘରେ ବନ୍ଦୀ କରି ରଖିବା ପରେ ଘରୁ ସବୁ ଲୁଟି ନେଇଥିଲେ । ସୁନା, ରୂପା ଅଳଙ୍କାର ସହ ୧୦ ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।
ଡକାୟତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ପରିବାର ଲୋକଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପଟେ ଘଟଣାସ୍ଥଳରେ ବଳଙ୍ଗା ପୋଲିସ ଓ ପିପିଲି ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।