କମିଶନରେଟ୍ ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଂଜ: ଭୁବନେଶ୍ୱରରେ ପୁଣି ମାତିଲେ ଝରକା ତଡା ଗ୍ୟାଙ୍ଗ

117

କନକ ବ୍ୟୁରୋ: କମିଶନରେଟ୍ ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଂଜ । ଭୁବନେଶ୍ୱରରେ ପୁଣି ମାତିଲେ ଝରକା ତଡା ଲୁଟେରା ଗ୍ୟାଙ୍ଗ । ପଳାଶୁଣି ଅଂଚଳରେ ଘରେ କେହି ନଥିବା ବେଳେ ପଶିଲେ । ୧୭ ଲକ୍ଷର ସୁନା ଗହଣା, ଓ ନଗଦ ଦେଢ ଲକ୍ଷ ଟଙ୍କା ନେଇ ଛୁ ମାରିଛନ୍ତି ଲୁଟେରା । ଗତକାଲି ୯ ଜଣ ଲୁଟେରାଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ । ତେବେ ଗିରଫ ପରେ ବି ଲୁଟେରା ଗ୍ୟାଙ୍ଗ ସକ୍ରିୟ ରହିଛି, ଯାହା ଏବେ କମିଶନରେଟ ପୋଲିସର ମୁଣ୍ଡବିନ୍ଧା ପାଲଟିଛି ।