ଗଂଜାମ କବିସୂର୍ଯ୍ୟନଗରରେ ମାତିଛନ୍ତି ଲୁଟେରା : ଦିନରେ ଲୁଗା ଦୋକାନରେ ବୁଲାଇଲେ କଳାକନା; ସିସିଟିଭିରେ କଳାମୁଖାଧାରୀ ଲୁଟେରାଙ୍କ ଚିତ୍ର କଏଦ , ପୋଲିସର ଛାନଭିନ୍

119

କନକ ବ୍ୟୁରୋ : ଗଂଜାମ କବିସୂର୍ଯ୍ୟନଗରରେ ମାତିଛନ୍ତି ଲୁଟେରା । ଦିନ ଦିପହରେ ସହରରେ କରୁଛନ୍ତି ଲୁଟ୍ । ଏକ ଲୁଗା ଦୋକାନରେ ଏପରି ଭାବରେ ଲୁଟେରା ବୁଲାଇଛନ୍ତି କଳାକନା । ମୁହଁରେ କଳାମୁଖା ପିନ୍ଧି ବାଇକରେ ଆସି ମାରଣାସ୍ତ୍ର ଦେଖାଇ ଏକ ଲୁଗା ଦୋକାନରୁ ଲୁଟ୍ କରିଛନ୍ତି ଲକ୍ଷା ଧିକ ଟଙ୍କା ।

କର୍ମଚାରୀଙ୍କୁ ମାଡ ମାରି ମାରଣାସ୍ତ୍ର ଦେଖାଇ ଏପରି ଲୁଟ୍ କରିବା ପରେ ଲୁଟେରା ଖସି ଯାଇଥିଲେ । ତେବେ କଳାମୁଖାଧାରୀ ଦୁବୃର୍ତଙ୍କ ଲୁଟ୍ ପାଟର ଚିତ୍ର କଏଦ ହୋଇଛି ସିସିଟିଭିରେ । କବିସୂର୍ଯ୍ୟନଗର ପୋଲିସ ସିସିଟିଭି ଚିତ୍ର ଆଧାରରେ ତଦନ୍ତ କରୁଛି ।