ବୌଦ୍ଧରୁ ଆସିଲା ଚୋରିର ନିଆରା କାହାଣୀ । ଘରେ ପଶି ବନ୍ଧୁକ ଦେଖାଇ ଲୁଟିଲେ, ୮ ଲକ୍ଷ ଟଙ୍କାର ଅଳଙ୍କାର ଲୁଟିବା ପରେ ଛାଡିଦେଲେ ସୁନା ଚୁଡ଼ି

261

କନକ ବ୍ୟୁରୋ : ଲୁଟେରା ଆସିଲେ ଲୁଚ କଲେ ହେଲେ ଛାଡିଗଲେ ମହିଳାଙ୍କ ସୁନାର ସଂଖା । ଏହି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଦେଉଳି ଗାଁରେ । ଲୁଟେରାମାନେ ରାତିଅଧିଆ ଘରେ ପଶିଥିଲେ । ଦୁଇଟି ତାଲା ଭାଙ୍ଗିବା ପରେ ଶୋଇବା ଘରେ ପଶି ଘରର ମାଲିକ ଏବଂ ତାଙ୍କ ପତ୍ନୀଙ୍କ ବେକରେ କାତି ରଖି ସୁନାଗହଣା ଲୁଟ କରିଥିଲେ ।

ପ୍ରାୟ ସାଢେ ୮ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟ କରିଥିଲେ । ଲୁଟର ଶିକାର ହୋଇଛନ୍ତି ଦେଉଳିର ଗଣେଷ ପ୍ରସାଦ ମିଶ୍ରଙ୍କ ଘରେ । ଲୁଟେରାମାନେ ଓଡିଆ ଓ ହିନ୍ଦୀ ଭାଷାରେ କଥା ହେଉଥିଲେ ।