କନକ ବ୍ୟୁରୋ : ରାଜଧାନୀରେ ପୁଣି ମାତିଲେ ଝରକା ତଡ଼ା ଗ୍ୟାଙ୍ଗ । ଘରେ ପଶି ଲୁଟି ନେଲେ ସୁନା ଗହଣା । ଭୁବନେଶ୍ୱର ଜଗନ୍ନାଥ ବିହାରରେ ଲୁଟ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁଇଟି ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଝରକା ତଡ଼ା ଗ୍ୟାଙ୍ଗର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପ୍ରଥମ ଥର ପାଇଁ ଝରକା ତଡ଼ା ଗ୍ୟାଙ୍ଗର ଦୃଶ୍ୟ ଦେଖିବାକୁ ମିଳିଛି । ଏହାପୂର୍ବରୁ ମଧ୍ୟ ରାଜଧାନୀରେ ଝରକା ତଡା ଗ୍ୟାଙ୍ଗର ଦୌରାତ୍ମ ଦେଖିବାକୁ ମିଳିଛି । ଘରେ କେହି ନଥିବାର ସୁଯୋଗ ନେଇ ଏମାନେ ଝରକା ତାଡି ଘରକୁ ପଶନ୍ତି ଏବଂ ଟଙ୍କା ପଇସା, ସୁନା ଗହଣା ଲୁଟ୍ କରି ଫେରାର ହୋଇଯାଆନ୍ତି । ଝରକାତଡା ଗ୍ୟାଙ୍ଗର ଏଭଳି ଉତ୍ପାତ ଦେଖି ରାଜଧାନୀବାସୀଙ୍କୁ ଭୟ ଘାରିଛି ।
ରାଜଧାନୀରେ ମାତିଲେ ଝରକା ତଡା ଗ୍ୟାଙ୍ଗ । ଘରେ ପଶି ଲୁଟି ନେଲେ ସୁନା ଗହଣା ।
/kanak/media/post_attachments/wp-content/uploads/2024/03/Screen-Shot-2024-03-08-at-11.28.02-AM.png)