ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧାରେ ଆତଙ୍କ ରଚିଥିଲେ ଏବେ ପୋଲିସ ହାତରେ ଧରା ପଡିଲେ । ଗିରଫ ହେଲେ ଲୁଟେରା ଗ୍ୟାଙ୍ଗ। କଳ୍ପନା ଛକରୁ ଲୁଟେରା ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିଛି ପିଓପିଡି ଟିମ ୬୦ ଓ ସ୍ପେଶାଲ ସ୍କ୍ୱାର୍ଡ। ଗତ କିଛି ଦିନ ହେବ ଭୁବନେଶ୍ବରରେ ଚୋରି ବଢ଼ୁଥିବା ବେଳେ ଏହାକୁ ରୋକିବା ପାଇଁ ପିଓପିଡି ଟିମ ୬୦ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ ସ୍ବତନ୍ତ୍ର ଅପରେସନ ଆରମ୍ଭ କରିଥିଲେ। ଏନେଇ ଭୁବନେଶ୍ୱରରେ ନାକାବନ୍ଦୀ କରାଯାଇଥିବା ବେଳେ କଳ୍ପନା ଛକରୁ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଟିମ୍।
ଗିରଫ ୫ଜଣ ଅଭିଯୁକ୍ତ ମହିଳାଙ୍କୁ ଟାର୍ଗେଟ କରି ସୁନା ଚେନ ଲୁଟ୍ କରୁଥିଲେ। ଲୁଟ୍ ପାଇଁ ୫ଜଣ ଅଭିଯୁକ୍ତ ଚୋରି କରିଥିବା ବାଇକର ବ୍ୟବହାର କରୁଥିଲେ। ଅଭିଯୁକ୍ତମାନେ ପୁରୀ,ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ସେମାନଙ୍କଠାରୁ ୨୪ଟି ସୁନା ଚେନ ଓ ୬ଟି ଫୋନ ଜବତ କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/istock-162406124.jpg)