କନକ ବ୍ୟୁରୋ : ଭୁବନେଶ୍ୱରରେ ପୁଣି ମାତିଲେ କାର କାଚଭଙ୍ଗା ଲୁଟେରା । ସିଆଇଏସଏଫ୍ ଯବାନ ଦମ୍ପତିଙ୍କ ଗାଡ଼ି କାଚ ଭାଙ୍ଗି ଲୁଟ୍ ଅଭିଯୋଗ । ଆଜି ସନ୍ଧ୍ୟାରେ ସହିଦନଗରର ଏକ ମଲ୍ ସାମ୍ନାରେ ଗାଡ଼ି ପାର୍କିଂ କରି ସପିଂ କରିବାକୁ ଯାଇଥିଲେ ସିଆଇଏସଏଫ୍ ଯବାନ ଦମ୍ପତି । ସପିଂ କରି ଫେରିବା ବେଳେ ତାଙ୍କ କାରର କାଚ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଗାଡ଼ି ଭିତରୁ ମୋବାଇଲ୍, ଭ୍ୟାନିଟି ବ୍ୟାଗ ଚୋରି ହୋଇଥିବା ଜାଣିବାକୁ ପାଇବା ପରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ।
ଲୁଟର ଶିକାର ହୋଇଥିବା ଦମ୍ପତି ଛତିଶଗଡ଼ରେ ସିଆଇଏସଏଫ୍ ଯବାନ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/vlcsnap-2022-10-14-23h31m29s869.png)