ପୁଲିସ ହାତରେ ନିଶାଦିଆ ଲୁଟେରା । ଖାଇବାରେ ନିଶା ଦେଇ ଯାତ୍ରୀଙ୍କୁ ଲୁଟୁ ଥିବା ୨ ଲୁଟେରାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ସେପଟେ ରାଜଧାନୀରୁ କୋଟିଏ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ

145

କନକ ବ୍ୟୁରୋ : କମିଶନରେଟ ପୋଲିସ ହାତରେ ନିଶାଦିଆ ଲୁଟେରା । ଏମାନେ ଖାଇବାରେ ନିଶା ଦେଇ ଲୋକଙ୍କ ଠାରୁ ଲୁଟ କରୁଥିଲେ । ଏହି ଲୁଟେରାଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ବାଇକ, ମୋବାଇଲ, ଏକ ଲକ୍ଷ ୩ହଜାର ଟଙ୍କା, ସୁନା ଚେନ୍ ଆଉ ମୁଦି ଜବତ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ନୟାଗଡ଼ ଓ ଗଂଜାମ ଅଂଚଳର ବୋଲି ଜଣାପଡ଼ିଛି । ଦୁଇ ଅଭିଯୁକ୍ତ ସାଙ୍ଗ ହୋଇ ଲୋକଙ୍କ ସହ ମିଶି ନିଶା ଦେଇ ଲୁଟ ପାଟ କରନ୍ତି । ଲକ୍ଷାଧିକ ଟଙ୍କାର ଲୁଟ ସାମଗ୍ରୀ ଜବତ ହୋଇଛି । ଟ୍ରେନ୍ ଓ ବସରେ ଆସୁଥିବା ଲୋକଙ୍କ ଠାରୁ ଲୁଟ କରନ୍ତି ଏହି ଲୁଟେରା । ପ୍ରଥମେ ବନ୍ଧୁତା ସ୍ଥାପନ କରନ୍ତି । ପରେ ଥଣ୍ଡା ଓ ପାଣିରେ ନିଶା ଦେଇ ଲୁଟ କରନ୍ତି ଏହି ଲୁଟେରା ।

ରାଜଧାନୀରୁ ଜବତ ହେଲା କୋଟିଏ ଟଙ୍କାର ଧଳା ଜହର । ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ୧ କୋଟି ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଖୁଫିଆ ସୂଚନା ଆଧାରରେ ଏସଟିଏଫ୍ ଚଢାଉ କରିବା ପରେ ଏହି ସଫଳତା ମିଳିଛି । ଏହି ଘଟଣାରେ ବାଲେଶ୍ୱରର ଜଣେ ଯୁବକକୁ ଗିରଫ କରିଛି ଏସଟିଏଫ୍ । ଗିରଫ ଯୁବକର ନାମ ସେକ୍ ଅସିମ୍ ବକ୍ସ । ଘର ବାଲେଶ୍ୱର ଜଳେଶ୍ୱର ଅଂଚଳରେ । ଏହି ଘଟଣାରେ ଧଳା ଜହର ଚେର ଆଉ କୁଆଡେ ଯାଇଛି ତାହାର ତଦନ୍ତ ଚାଲିଛି । ଚଳିତ ବର୍ଷ ବର୍ତମାନ ସୁଦ୍ଧା ୨୨ କେଜି ୧୬୮ ଗ୍ରାମ୍ ଧଳାଜହର ଜବତ ହୋଇଥିବା କହିଛନ୍ତି କ୍ରାଇମବ୍ରାଂଚ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ।