ସରକାରୀ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ : ଭୁବନେଶ୍ୱର କ୍ୟାପିଟାଲ ଥାନା ଅଂଚଳର ଯୁବକ ଅମୁଲ୍ୟ ମୁଦି କରୁଥିଲା ଠକେଇ

ଥାନାରେ ୨୦ରୁ ଅଧିକ ଠକେଇ ଅଭିଯୋଗ ; ଫେରାର ଠକକୁ ଖୋଜୁଛି ପୋଲିସ

71

କନକ ବ୍ୟୁରୋ : ରେଲୱେ, ବ୍ୟାଙ୍କ ଏବଂ ପୋଲିସରେ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଠକେଇ କରୁଥିବା ଏହି ଯୁବକ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର କ୍ୟାପିଟାଲ ଥାନା ଅଂଚଳର ଅମୁଲ୍ୟ ମୁଦି । ଅମୁଲ୍ୟ ଭୁବନେଶ୍ୱର, ବାରିପଦା, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଏମିତି ଅନେକ ଜିଲ୍ଲାର ଲୋକଙ୍କୁ ସରକାରୀ ଚାକିରିର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ କରିଛନ୍ତି । ଏହି ଠକ ଜଣଙ୍କ ପ୍ରଥମେ ଲୋକମାନଙ୍କ ଠାରୁ ଟଙ୍କା ନେଇ ଇଂଟରଭ୍ୟୁର ବ୍ୟବସ୍ଥା କରୁଥିଲେ ଏପରିକି ଟ୍ରେନିଂ ମଧ୍ୟ ଦେଉଥିଲେ । ଏଥିସହ ଲୋକଙ୍କ ମନରେ ବିଶ୍ୱାସ ଜନାଇବା ପାଇଁ କିଛି ସରକାରୀ କର୍ମଚାରୀଙ୍କ ସହ ଲୋକମାନଙ୍କୁ ସାକ୍ଷାତ କରାଉଥିଲେ ।

ତେବେ ଚାକିରି କେବେଠୁ ଆରମ୍ଭ ହେବ ସେ ନେଇ ଯେତେବେଳେ ପ୍ରଶ୍ନ ଉଠିଲା ସେତେବେଳେ ଅମୁଲ୍ୟଙ୍କର ଆଉ ଦେଖାନଥିଲା । କୁଆଡେ ଫେରାର ହୋଇଗଲା ଠକ ଅମୁଲ୍ୟ । ଏକ ବଡ ଠକେଇର ଶିକାର ହୋଇଥିବା ଜାଣିପାରି ୨୦ରୁ ଅଧିକ ଲୋକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଅଭିଯୋଗ ଶୁଣିବା ପରେ ଠକକୁ ଖୋଜିବା ଆରମ୍ଭ କରିଛି ।