କନକ ବ୍ୟୁରୋ: ପୁଣି ବ୍ଲାକ ପଲସର ଆତଙ୍କ । ଖୋର୍ଧା ଧଳାପଥର ବଜାରରୁ ବନ୍ଧୁକ ଦେଖାଇ ଲୁଟେରା ସୁନାଗହଣା ଲୁଟିନେଇଛନ୍ତି । ବଜାର ଉପରେ ଥିବା ନାରାୟଣୀ ଜୁଏଲାରୀରୁ ଅଚାନକ ୩ଟି ବାଇକରେ ୬ ଜଣ ଆସି ଦୋକାନାରେ ପଶିଥିଲେ । ସେମାନେ ଦୁଇଟି ବନ୍ଧୁକ ଦେଖାଇ ଦୋକାନ ମାଲିକଙ୍କୁ ଭୟଭୀତ କରି ସମସ୍ତ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ହେଲମେଟ ପିନ୍ଧି ଦୋକାନରେ ପଶିଥିଲେ । ବାହାରେ ବୋମା ଫୁଟାଇ ଲୋକଙ୍କୁ ଭୟଭୀତ କରିଥିଲେ । ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ହାଣିଦେବାକୁ ଧମକ ଦେଇଥିଲେ । ପରେ ସୁନା ଅଳଙ୍କାର ଧରି ଧଳାପଥର-ସୁନାଖଳା ରାସ୍ତାରେ ଚାଲିଯାଇଥିଲେ ।
ଖୋର୍ଦ୍ଧା ଧଳାପଥର ବଜାରରେ ବ୍ଲାକ ପଲସର ଆତଙ୍କ : ସୁନାଗହଣା ଦୋକାନରେ ମାଲିକଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଅଳଙ୍କାର
/kanak/media/post_attachments/wp-content/uploads/2021/12/loot-e1601884111978-640x430-1.jpg)