ନବରଙ୍ଗପୁରଲେ ମାତିଲେ ଲୁଟେରା । ବାଇକରେ ଆସିଲେ, ବ୍ୟବସାୟୀଙ୍କଠାରୁ ସାଢେ ୬ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

Advertisment
ନବରଙ୍ଗପୁରଲେ ମାତିଲେ ଲୁଟେରା । ବାଇକରେ ଆସିଲେ, ବ୍ୟବସାୟୀଙ୍କଠାରୁ ସାଢେ ୬ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ନବରଙ୍ଗପୁର ସହରରେ ମାତିଛନ୍ତି ଲୁଟେରା । ଜଣେ ବ୍ୟବସାୟୀଙ୍କ ଠାରୁ ସାଢେ ୬ଲକ୍ଷ ଟଙ୍କା ଲୁଟ କରିଛନ୍ତି ଲୁଟେରା । ସୁଚନା ଅନୁସାରେ ଜଗଦଲପୁରର ଜଣେ ବ୍ୟବସାୟୀ ରମେଶ ପାରେକ ସାଢେ ୬ଲକ୍ଷ ଟଙ୍କା ନେଇ ସଂଜୟ ବଜାରରୁ ବସଷ୍ଟାଣ୍ଡ ଅଭିମୁଖେ ଏକ ସ୍କୁଟିରେ ଯାଉଥିଲେ । ଯିବା ସମୟରେ ସେ ମୋବାଇଲରେ କଥା ହେବା ବେଳେ ଏକ ମଟର ସାଇକେଲରେ ଦୁଇ ଜଣ ଦୁର୍ବୃତ ଆସି ଟଙ୍କା ବ୍ୟାଗ୍ ଝାମ୍ପି ନେଇଥିଲେ । ଏନେଇ ବ୍ୟବସାୟୀ ଜଣକ ନବରଙ୍ଗପୁର ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ଘଟିଥିବା ସ୍ଥାନକୁ ପୋଲିସ ସିସିଟିଭ ଫୁଟେଜ ଯାଂଚ କରିଛି । କିନ୍ତୁ ଦୁର୍ବୃତ ମାନଙ୍କର କିଛି ସୁରାକ୍ ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe