ଚୋରୀ ହେଉଛି ବାତ୍ୟା ବିପନ୍ନଙ୍କ ରିଲିଫ ଚାଉଳ: କଟକ ବାଙ୍କିରେ ରିଲିଫ ଚାଉଳ ବୋଝେଇ ଡାଲା ଅଟୋକୁ ଜବତ କଲେ ଗ୍ରାମବାସୀ

ଗାଡି ଛାଡି ଡ୍ରାଇଭର ଫେରାର

116

କନକ ବ୍ୟୁରୋ: ରିଲିଫ ବଂଟନରେ ଅବହେଳା ନେଇ ଅନେକ ଅଭିଯୋଗ ଆସିଛି । ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ । ହଡପ ହେଉଛି ବାତ୍ୟା ବିପନ୍ନଙ୍କ ପାଇଁ ସରକାର ଦେଉଥିବା ରିଲଫ ଚାଉଳ ।

ଚାଉଳ ଅଟୋରେ ଯାଉଥିବା ବେଳେ କଟକ ଜିଲ୍ଲା ବାଙ୍କି ବିଲିପଡାରୁ ହଡପ କରାଯାଉଥିବା ଅଭିଯୋଗ ହୋଇଛି । ସରକାରୀ ରିଲିଫ ଚାଉଳ ନେଇ ଷ୍ଟାମ୍ପ ଥିବା ୬ଟି ଚାଉଳ ବସ୍ତା ସହ ଅଟୋକୁ ଗ୍ରାମବାସୀ ଜବତ କରିଛନ୍ତି । ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଛନ୍ତି, ତେବେ ଡ୍ରାଇଭରଙ୍କ ଘରେ ଅଧିକ ଚାଉଳ ଥିବା ସନ୍ଦେହ କରାଯାଉଛି ।