ବନ୍ଧୁକ ଦେଖାଇ ଲୁଟିନେଲେ । ସୁନ୍ଦରଗଡ଼ କୋଇଡ଼ାରେ ଡ୍ରାଇଭର ବେଶରେ ଆସି ଲୁଟିନେଲେ ୧୦ ଲକ୍ଷ ।

108

କନକ ବ୍ୟୁରୋ: ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟ୍ । ସୁନ୍ଦରଗଡ ଜିଲ୍ଲା ଟେନସା ଫାଣ୍ଡି ଅଧିନସ୍ଥ ରାଇକେଲା ଗୀତାରାଣୀ ମହାନ୍ତି ମାଇନ୍ସ ପାଖରେ ବନ୍ଧୁକ ଦେଖାଇ ଏକ ପରିବହନ ସଂସ୍ଥା ନିକଟରୁ ଦଶ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଡ୍ରାଇଭର ବେଶରେ ଆସିଲେ ଆଉ ବନ୍ଧୁକ ଦେଖାଇ ଟଙ୍କା ଲୁଟିଲେ । ଲୁଟିବା ସମୟରେ ମୁଖା ପିନ୍ଧିଥିଲେ ଦୁର୍ବୃତ । ଘଟଣାରେ ୫ ଜଣ ଦୁର୍ବୃତ ସାମିଲ ଥିବା ଅଭିଯୋଗ । ପରିବହନ ସଂସ୍ଥା କ୍ରାକର ଇଣ୍ଡିଆ ପ୍ରାଇଭେଟ୍ ମାଇନିଂ ଲିମିଟେଡ୍ ନିକଟରୁ ଲୁଟିନେଲେ ଦୁର୍ବୃତ । ଲୁଟ ବେଳେ ବନ୍ଧୁକ ସହ ମାରଣାସ୍ତ୍ର ଧରି ଆସିଥିଲେ । ପୋଲିସ ଘଟଣା ସ୍ଥାଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।